ETV Bharat / sitara

‘ଦଶବି’ର ନୂଆ ପୋଷ୍ଟର, IPS ଅଫିସର ଭୂମିକାରେ ୟାମି

author img

By

Published : Feb 26, 2021, 12:10 PM IST

ପ୍ରଥମଥର ଅଭିଷେକଙ୍କ ସହ ଅଭିନୟ କରୁଛନ୍ତି ୟାମି । ଏହି ଯୋଡିଙ୍କୁ ଫିଲ୍ମ ‘ଦଶବି’ରେ ଦେଖିବାକୁ ମିଳିବ । ସାମ୍ନାକୁ ଆସିଲା ୟାମିଙ୍କ ଫାଷ୍ଟଲୁକ ପୋଷ୍ଟର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ୟାମି ଗୌତମ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ୟାମି ଗୌତମ

ମୁମ୍ବାଇ: ଅଭିଷେକ ବଚ୍ଚନଙ୍କ ସହ ଏଥର ପରଦାରେ ନଜର ଆସିବେ ଅଭିନେତ୍ରୀ ୟାମି ଗୌତମ ଓ ନିମ୍ରତ କୌର । ଏହି ଷ୍ଟାର୍ସଙ୍କୁ ଆଗାମୀ ଫିଲ୍ମ ‘ଦଶବି’ରେ ଦେଖିବାକୁ ମିଳିବ । ନିକଟରେ ଫିଲ୍ମର ସୁଟିଂ ପାଇଁ ଆଗ୍ରା ଜେଲରେ ନଜର ଆସିଥିଲେ ଷ୍ଟାରକାଷ୍ଟ । ଇତିମଧ୍ୟରେ ଫ୍ୟାନ୍ସଙ୍କ ଏକ୍ସାଇଟମେଣ୍ଟ ବଢାଇ ଦେଇଛି ୟାମିଙ୍କ ଫାଷ୍ଟଲୁକ ପୋଷ୍ଟର ।

ଯାହାକୁ ସେୟାର କରି ୟାମି ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ଜ୍ୟୋତି ଦେଶୱାଲ ଭୂମିକାରେ ଦଶବି ସେଟରେ ମୋର ପ୍ରଥମ ଦିନ । ଜଣେ ଆଇପିଏସ ଅଧିକାରୀଙ୍କ ଭୂମିକାରେ ଅଭିନୟ କରିବାକୁ ନେଇ ମୁଁ ଅତ୍ୟଧିକ ଗର୍ବିତ ଅନୁଭବ କରୁଛି ।’

ଫିଲ୍ମରେ ଅଭିଷେକ ଦଶମ ଫେଲ ହୋଇଥିବା ଜଣେ ମୁଖ୍ୟମନ୍ତ୍ରୀଙ୍କ ଭୂମିକାରେ ନଜର ଆସିବେ । ସେ ଗଙ୍ଗାରାମ ଚୌଧୁରୀ ଭୂମିକା ଥିବା ବେଳେ ୟାମି ଜଣେ ପୋଲିସ ଅଫିସର ଜ୍ୟୋତି ଦେଶୱାଲ ଭୂମିକାରେ ଦେଖାଯିବେ ।

ଫିଲ୍ମରେ ଦର୍ଶକ ରାଜନୈତିକ, କମେଡି ଡ୍ରାମାରେ ଭରପୁର କାହାଣୀ ଦେଖିବାକୁ ପାଇବେ । ଯାହା ଆଜିର ସମାଜରେ ଶିକ୍ଷାର ମହତ୍ତ୍ବ ବିଷୟରେ ଏକ ବାର୍ତ୍ତା ଦେବ । ନିକଟରେ ଫିଲ୍ମରୁ ଅଭିଷେକଙ୍କ ଫାଷ୍ଟଲୁକ ପୋଷ୍ଟର ଜାରି କରାଯାଇଥିଲା । ଯେଉଁଥିରେ ତାଙ୍କ ଭିନ୍ନ ଅବତାର ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.