ETV Bharat / sitara

ବିଦ୍ୟାଙ୍କ ନଟଖଟ ଅନ୍ଦାଜ, ଦେଖନ୍ତୁ ପୋଷ୍ଟର

author img

By

Published : May 27, 2020, 3:46 PM IST

ଜାରି ହେଲା ବିଦ୍ୟା ବାଲନଙ୍କ ପ୍ରଥମ ପ୍ରଯୋଜିତ ସଟ ଫିଲ୍ମ ‘ନଟଖଟ’ର ପ୍ରଥମ ପୋଷ୍ଟର। ସୋସଆଲ ମିଡିଆରେ ପୋଷ୍ଟର ସେୟାର କରି ସମସ୍ତଙ୍କୁ କାହାଣୀ ଶୁଣେଇବାକୁ କଲେ ଅପିଲ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଦ୍ୟା ବାଲନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଦ୍ୟା ବାଲନ

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ବାଲନ ଅଭିନୟ ବ୍ୟତୀତ ଏବେ ପ୍ରଯୋଜନାରେ ପଦାର୍ପଣ କରିଛନ୍ତି । ସେ ନିଜର ପ୍ରଥମ ସଟ ଫିଲ୍ମ ‘ନଟଖଟ’କୁ ନେଇ ଚର୍ଚ୍ଚାରେ । ଯାହାର ଫାଷ୍ଟଲୁକ ପୋଷ୍ଟର ଏବେ ଜାରି ହୋଇଯାଇଛି ।

ପୋଷ୍ଟରକୁ ଇନଷ୍ଟାଗ୍ରାମରେ ସେୟାର କରି ବିଦ୍ୟା କ୍ୟାପସନରେ ଲେଖିଛନ୍ତି, ‘ଗୋଟିଏ କାହାଣୀ ଶୁଣିବ । ପ୍ରଯୋଜିକା ଓ ଅଭିନେତ୍ରୀ ରୂପେ ମୋର ପ୍ରଥମ ସଟ ଫିଲ୍ମର ଫାଷ୍ଟଲୁକ ପ୍ରେଜେଣ୍ଟ କରୁଛି । ‘ନଟଖଟ।’

ବର୍ତ୍ତମାନ ଭାଇରାଲ ହେଉଥିବା ‘ନଟଖଟର’ର ଏହି ପୋଷ୍ଟରରେ ବିଦ୍ୟା ପୁରା ଦେଶୀ ଲୁକରେ ନଜର ଆସୁଛନ୍ତି। ସେ ଜଣେ ପିଲାର ମୁଣ୍ଡ ମାଲିସ କରୁଥିବାର ଦେଖା ଯାଉଛନ୍ତି। ସେହି ପରି ଏହି ସଟ ଫିଲ୍ମର ଟ୍ୟାଗ ଲାଇନ ରଖାଯାଇଛି ‘ଏକ କାହାନୀ ସୁନେଗେ।’

ପ୍ରକାଶ ଥାଉକି ‘ନଟଖଟ’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ସାନ ବ୍ୟାସ। ବିଦ୍ୟା ପ୍ରଯୋଜକ ରୋନୀ ସ୍କ୍ରୁୱାଲାଙ୍କ ସହ ମିଶି ଏହାର ପ୍ରଯୋଜନା କରିଛନ୍ତି । ବର୍ତ୍ତମାନ ଦର୍ଶକ ଏହାର ଟ୍ରେଲର ଦେଖିବାକୁ ବ୍ୟାକୁଳ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.