ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଏବେ ସାଉଥ ଫିଲ୍ମର ସୁଟିଂ ପାଇଁ ମନାଲିରେ ପହଞ୍ଚିଛନ୍ତି । ସେ ମନାଲି ନିକଟରେ ଏକ ଫାଇବ ଷ୍ଟାର ହୋଟେଲରେ ରହିଛନ୍ତି ।
ରିସୋର୍ଟର ସଞ୍ଚାଳକ ଫେମସ ବାଗବାନ ନକୁଲ ଖୁଲ୍ଲର ଏବଂ ତାଙ୍କ ପୁଅ କୁନାଲ ଖୁଲ୍ଲର କ୍ୟାପ୍ ଏବଂ ମଫଲର ପିନ୍ଧାଇ ଅଭିନେତ୍ରୀଙ୍କୁ ସ୍ବାଗତ କରିଥିଲେ।
![actress-urvashi-rautela-in-manali-for-film-shooting](https://etvbharatimages.akamaized.net/etvbharat/prod-images/hp-kul-boliwood-movie-img-7204051_04032021180433_0403f_1614861273_261.jpg)
2015 ମସିହାରେ ବିଶ୍ବ ସୁନ୍ଦରୀର ଆଖ୍ୟା ଅର୍ଜନ କରିଥିବା ଉର୍ବଶୀ ଅନେକ ବଲିଉଡ ଏବଂ ସାଉଥ ଚଳଚ୍ଚିତ୍ରରେ ସାଇନ କରିଛନ୍ତି ।
ସାଉଥ୍ ଫିଲ୍ମର ସୁଟିଂ ମନାଲି ଏବଂ ଲାହୌଲରେ କରାଯାଉଛି । ଏହି ଫିଲ୍ମର ସୁଟିଂ ଗୁରୁବାର ଲାହୌଲର ପାଗଲନାଲା ଠାରେ ହୋଇଥିଲା।
ନକୁଲ କହିଛନ୍ତି ଯେ, ପ୍ରାୟ ଏକ ସପ୍ତାହ ଧରି ଉର୍ବଶୀ ମନାଲି ଏବଂ ଲାହୌଲରେ ସୁଟିଂ କରିବେ। ମନାଲିରେ ଅନେକ ବଲିଉଡ ଏବଂ ସାଉଥ ଚଳଚ୍ଚିତ୍ରର ସୁଟିଂ ଚାଲିଛି ।
ପ୍ରକାଶ ଥାଉ ଯେ, ଏହାପୂର୍ବରୁ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ପରେଶ ରାୱଲ ମଧ୍ୟ ଫିଲ୍ମ ସୁଟିଂ ପାଇଁ ମନାଲି ଆସିଥିଲେ। ଏହାସହିତ କାର୍ତ୍ତିକ ଏବଂ କିଆରା ଆଡଭାନୀ, ନାଗାର୍ଜୁନ, ସମେତ ଅନେକ କଳାକାର ସୁଟିଂ ପାଇଁ ମନାଲିକୁ ଆସିଛନ୍ତି ।