ମୁମ୍ବାଇ: କୋରୋନା ଭାଇରସ ଦେଶରେ ହଇଚଇ ସୃଷ୍ଟି କରୁଛି। ଏଭଳି ପରିସ୍ଥିତିରେ ସେଲିବ୍ରିଟି କ୍ରମାଗତ ଭାବେ ଦେଶବାସୀଙ୍କ ସେବାରେ ଲାଗିଛନ୍ତି । ଯିଏ ଯେମିତି ପାରୁଛି ସାହାଯ୍ୟ ଏବଂ ସହଯୋଗ କରୁଥିବାର ନଜର ଆସୁଛନ୍ତି । ସେହିପରି ଖିଲାଡି ଅକ୍ଷୟ କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ଟ୍ବିଙ୍କଲ ଖନ୍ନା ମଧ୍ୟ ନିଜ ପ୍ରତିଶୃତି ପୂରଣ କରିଛନ୍ତି । ନିକଟରେ ଅଭିନେତ୍ରୀ ପଞ୍ଜାବ ଏବଂ ଦିଲ୍ଲୀର କୋରୋନା ସଂକ୍ରମିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅକ୍ସିଜେନ କନସେନଟ୍ରେଟର ପଠାଇଥିଲେ ।
-
Another lot being distributed among patients in Punjab with the help of @khalsaaid_india 🙏 pic.twitter.com/mR6v9jJJTF
— Twinkle Khanna (@mrsfunnybones) May 16, 2021 " class="align-text-top noRightClick twitterSection" data="
">Another lot being distributed among patients in Punjab with the help of @khalsaaid_india 🙏 pic.twitter.com/mR6v9jJJTF
— Twinkle Khanna (@mrsfunnybones) May 16, 2021Another lot being distributed among patients in Punjab with the help of @khalsaaid_india 🙏 pic.twitter.com/mR6v9jJJTF
— Twinkle Khanna (@mrsfunnybones) May 16, 2021
ସେହିପରି ନିକଟରେ ସେ 100 ଅକ୍ସିଜେନ କନସେନଟ୍ରେଟର ଦାନ କରିବାକୁ ଘୋଷଣା କରିଥିଲେ । ଏବେ ପଞ୍ଜାବ ଏବଂ ଦିଲ୍ଲୀକୁ ଏହା ଦାନ କରିବାର ସୂଚନା ସେ ସୋସିଆଲ ମିଡିଆରେ ଦେଇଛନ୍ତି । ପ୍ରଥମ ସେ ଏକ ପୋଷ୍ଟ କରି ଲେଖିଥିଲେ ‘ଦିଲ୍ଲୀ ଏବଂ ପଞ୍ଜାବରେ ରହୁଥିବା ଲୋକଙ୍କୁ ଅକ୍ସିଜେନ କନସେନଟ୍ରେଟରର ତୃତୀୟ ଭାଗ ବଣ୍ଟନ କରାଯିବ ।’
ସେହିପରି ଆଉ ଏକ ଫଟୋରେ ସେ ଜଣାଇଥିଲେ, ‘ଖାଲସାଙ୍କ ସାହାଯ୍ୟରେ ପଞ୍ଜାବର ରୋଗୀଙ୍କୁ ଆଉ ଏକ ଭାଗ କନସେନଟ୍ରେଟର ପଠାଗଲା ।’ ପ୍ରକାଶ ଥାଉକି ଏହାପୂର୍ବରୁ ଟ୍ବିଙ୍କଲ 250 ଅକ୍ସିଜେନ କନସେନଟ୍ରେଟର ବାଣ୍ଟିଥିଲେ । ତାଙ୍କ ଏହି ଅଭିଯାନରେ ସାମିଲ ଅଛନ୍ତି ଅକ୍ଷୟ ମଧ୍ୟ ।