ମୁମ୍ବାଇ: ନିକଟରେ ନିଜର ପ୍ରେମିକ ତଥା ଅଭିନେତା ସଙ୍କେତ ଭୋସଲେଙ୍କୁ ବିବାହ କରିଥିଲେ ଅଭିନେତ୍ରୀ ତଥା ଗାୟିକା ସୁଗନ୍ଧା ମିଶ୍ରା । ବିବାହ ପରଠୁ ଏହି ଯୋଡି ଚର୍ଚ୍ଚାରେ । ହେଲେ ଇତିମଧ୍ୟରେ କୋରୋନାରୁ ସୁରକ୍ଷିତ ରହିବା ପାଇଁ ଭ୍ୟାକ୍ସିନର ପ୍ରଥମ ଡୋଜ ନେଇଛନ୍ତି ଅଭିନେତ୍ରୀ । ଏହାସହ ସମସ୍ତଙ୍କୁ ସୁରକ୍ଷିତ ରହିବାକୁ ମଧ୍ୟ କହିଛନ୍ତି ।
- " class="align-text-top noRightClick twitterSection" data="
">
ସେ ଇନଷ୍ଟାଗ୍ରାମରେ ଭ୍ୟାକ୍ସିନ ନେବାର ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ‘ଶେଷରେ ମୁଁ ଭ୍ୟାକ୍ସିନର ପ୍ରଥମ ଡୋଜ ନେଲି । ଭୟ କର ନାହିଁ, ସୁରକ୍ଷିତ ରୁହ ।’ ଦୟାକରି ଏହାକୁ ଯଥାଶୀଘ୍ର କର ଏବଂ ଅନ୍ୟମାନଙ୍କୁ ମଧ୍ୟ ସମାନ କାର୍ଯ୍ୟ କରିବାକୁ ପ୍ରେରଣା ଦିଅ | ସମସ୍ତ ସାମ୍ମୁଖ୍ୟ ଏବଂ ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କୁ ଅଶେଷ ଧନ୍ୟବାଦ । ଟିକାର ପ୍ରଥମ ମାତ୍ରା ଗ୍ରହଣ କରିବା ପରେ ମଧ୍ୟ ଦୟାକରି ସମସ୍ତ ସତର୍କତା ଅବଲମ୍ବନ କରନ୍ତୁ।’
ପ୍ରକାଶ ଥାଉକି ସଙ୍କେତ ଓ ସୁଗନ୍ଧା ଫେମସ କମେଡିଆ କପିଲ ଶର୍ମାଙ୍କ ଶୋରୁ ଦର୍ଶକଙ୍କ ମନ କିଣିଥିଲେ । ବିବାହ ବନ୍ଧନରେ ଆବଦ୍ଧ ହେବା ପୂର୍ବରୁ ଅନେକ ବର୍ଷ ପରସ୍ପରକୁ ଡେଟ୍ କରିଥିଲେ ଏହି ଯୋଡି । ସେହିପରି ଜିଟିଭର ‘ସମର ଏକ୍ସପ୍ରେସ’ରେ ଏକାଠି ନଜର ଆସିଥିଲେ ସଙ୍କେତ ଓ ସୁଗନ୍ଧା ।