ETV Bharat / sitara

ତମନ୍ନାଙ୍କ ଡିଜିଟାଲ ଡେବ୍ୟୁ, ପ୍ରଥମ ସିରିଜକୁ ନେଇ କହିଲେ ଏମିତି କିଛି... - ସୁନ୍ଦରୀ ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ନ୍ୟୁଜ

ଆସନ୍ତା 20 ତାରିଖରେ ଷ୍ଟ୍ରିମିଂ ହେବାକୁ ପ୍ରସ୍ତୁତ ତମନ୍ନାଙ୍କ ଡେବ୍ୟୁ ସିରିଜ ‘ନଭେମ୍ବର ଷ୍ଟୋରୀ’ । ଏବେ ସିରିଜକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : May 14, 2021, 11:30 AM IST

ମୁମ୍ବାଇ: ଫିଲ୍ମ ବ୍ୟତୀତ ଡିଜିଟାଲ ଡେବ୍ୟୁକୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚାରେ ସୁନ୍ଦରୀ ଅଭିନେତ୍ରୀ ତମନ୍ନା ଭାଟ୍ଟିଆ । ସେ ଖୁବଶୀଘ୍ର ତାମିଲ ଡିଜିଟାଲ ପ୍ଲାଟଫର୍ମରେ ନଜର ଆସିବେ । ସେ ‘ନଭେମ୍ବର ଷ୍ଟୋରୀ’ ଜରିଆରେ ଡେବ୍ୟୁ କରୁଛନ୍ତି । ଏହି ୱେବ ସିରିଜ ଆସନ୍ତା 20 ତାରିଖରେ ଷ୍ଟ୍ରିମିଂ ହେବାକୁ ଯାଉଛି । ଯାହାକୁ ନେଇ ଉତ୍ସାହିତ ଫ୍ୟାନ୍ସ । ଇତିମଧ୍ୟରେ ସେ ଜଣାଇଛନ୍ତି କାହିଁକି ସେ ‘ନଭେମ୍ବର ଷ୍ଟୋରି’ ଜରିଆରେ ଡିଜିଟାଲ ଡେବ୍ୟୁ କରିବାକୁ ସ୍ଥିର କରିଥିଲେ ।

ଏକ ସାକ୍ଷାତକାରରେ ଯୋଗ ଦେଇ ସେ ସିରିଜ ବିଷୟରେ କହିଥିଲେ, ‘ମୋର ଧ୍ୟାନ ଖୁବ୍ କମ୍ ସମୟ ପାଇଁ ଗୋଟିଏ ସ୍ଥାନ ଉପରେ ରୁହେ । ଏହା ଏକ ଚମତ୍କାର ଥ୍ରୀଲର ଏବଂ କ୍ରାଇମ ଷ୍ଟୋରୀ । ଏହା 7 ଟି ଏପିସୋଡରେ ନିର୍ମାଣ ହୋଇଛି । ଯାହାକୁ ମୁଁ ବହୁତ ପସନ୍ଦ କରୁଛି । କୋରୋନା ପୂର୍ବରୁ ମୁଁ ଅନେକ କାହାଣୀ ଶୁଣିଥିଲି । ଯେଉଁଥିରେ ଅଧିକାଂଶ ୱେବ ସିରିଜ ଥିଲା । ଅନେକ କାହାଣୀ ମଧ୍ୟରେ ମତେ ନଭେମ୍ବର ଷ୍ଟୋରୀର କାହାଣୀ ସବୁଠୁ ଅଧିକ ଭଲ ଲାଗିଲା । ସେହିପରି ମୁଁ ଡିଜିଟାଲ ଡେବ୍ୟୁ ଶାନଦାର କରିବାକୁ ଚାହୁଁଥିଲେ । ଯେଉଁଥି ପାଇଁ ମୁଁ ନଭେମ୍ବର ଷ୍ଟୋରିର କାହାଣୀକୁ ନିଜର ପ୍ରଥମ ସିରିଜ ରୂପେ ବାଛିଲି ।’

ପ୍ରକାଶ ଥାଉକି ନଭେମ୍ବର ଷ୍ଟୋରୀରେ ତମନ୍ନା ହ୍ୟାକର ଥିବା ଅନୁରାଧାଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ସେ ତାଙ୍କ ପିତା ଗଣେଶଙ୍କୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବା ପାଇଁ ଲଢୁ ଥିବାର ନଜର ଆସିବେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.