ETV Bharat / sitara

ଆମ୍ବୁଲାନ୍ସ ଦରକାର କଥା କହି ଟ୍ରୋଲର୍ସଙ୍କ ଶିକାର ତାପସୀ, ଦେଲେ କଡା ଜବାବ

author img

By

Published : Apr 27, 2021, 11:44 AM IST

ପୁଣିଥରେ ନିଜ ଟ୍ବିଟକୁ ନେଇ ଚର୍ଚ୍ଚାରେ ତାପସୀ । ଏଥର ଆମ୍ବୁଲାନ୍ସର ସାହାଯ୍ୟ ମାଗି ଟ୍ରୋଲର୍ସଙ୍କ ଶିକାର ହୋଇଛନ୍ତି ସେ । ହେଲେ ଦେଇଛନ୍ତି କଡା ଜବାବ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାପସୀ ପନ୍ନୁ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାପସୀ ପନ୍ନୁ

ମୁମ୍ବାଇ: ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁ ସୋସିଆଲ ମିଡିଆରେ ପ୍ରାୟତଃ ଆକ୍ଟିଭ ରୁହନ୍ତି । ସେ ଦେଶର ସବୁ ପ୍ରସଙ୍ଗରେ ନିଜ ମତାମତ ରଖିବାକୁ କେବେ ଭୁଲନ୍ତି ନାହିଁ । ଏଥର ମଧ୍ୟ ସେ ଦେଶର ସମସ୍ୟା ଉପରେ ପ୍ରତିକ୍ରିୟା ରଖିଛନ୍ତି । ହେଲେ ଯାହା ପାଇଁ ତାଙ୍କୁ ପୁଣିଥରେ ଟ୍ରୋଲର୍ସଙ୍କ ଶିକାର ହେବାକୁ ପଡିଛି । ହେଲେ ସେ ମଧ୍ୟ କେଉଁ ଛାଡିବା ଝିଅ । କଡା ଜବାବ ଦେଇ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି ।

  • Can you please shut up! Like just STFU ! If this is all u wanna say in these times then hold on until this country gets back to breathing normally and then get back to your shit ways until then DONT CROWD MY TIMELINE WITH YOUR NONSENSE and let me do what I am doing! https://t.co/is6bUOG6mA

    — taapsee pannu (@taapsee) April 26, 2021 " class="align-text-top noRightClick twitterSection" data=" ">

ତେବେ କଥାଟି ହେଲା ଯେ ନିକଟରେ ଦିଲ୍ଲୀରୁ ଗ୍ବାଲିୟର ପର୍ଯ୍ୟନ୍ତ ଏକ ଅମ୍ଳଜାନ ସଜ୍ଜିତ ଆମ୍ବୁଲାନ୍ସକୁ ସାହାଯ୍ୟ କରିବାକୁ ଅଭିନେତା ସୋନୁ ସୁଦଙ୍କୁ ଅନୁରୋଧ କରାଯାଇଥିଲା ଏବଂ ଏହି ଟ୍ବିଟକୁ ସେୟାର କରି ତାପସୀ ଲେଖିଥିଲେ ଯେ ତାଙ୍କୁ ଆମ୍ବୁଲାନ୍ସର ଆବଶ୍ୟକ ଅଛି, ତାଙ୍କୁ ସାହାଯ୍ୟ କର।

ତାଙ୍କ ଏହି କଥାକୁ ଆଧାର କରି ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ ଟ୍ରୋଲର୍ସ । ଅନେକ ଟ୍ରୋଲର୍ସ କହିଥିଲେ ନିଜ ମହଙ୍ଗା କାରା ସାହାଯ୍ୟ ପାଇଁ ଦାନ କରିଦିଅନ୍ତୁ । ସେହିପରି ଜଣେ ୟୁଜର ଟ୍ବିଟ କରି ଲେଖିଥିଲେ, ‘କଥା ବନ୍ଦ କରି ନିଜ କାର ସାହାଯ୍ୟ ପାଇଁ ଦିଅ ।’

ଏହି ଟ୍ବିଟରେ ପ୍ରତିକ୍ରିୟା ଦେଇ ତାପସୀ କହିଥିଲେ, ‘କଣ ତୁମେ ଚୁପ୍ ବସିପାରିବ । ଯଦି ତୁମକୁ ଏହି ସମୟରେ ଏମିତି ସବୁ କଥା କହିବାର ଅଛି ତେବେ ଟିକେ ଅପେକ୍ଷା କର । ଏହି ଦେଶକୁ ପୁଣିଥରେ ନିଶ୍ବାସ ନେବାକୁ ଦିଅ । ଆଉ ପରେ ନିଜ ଫାଲତୁ କଥା କହିବ । ସେହି ପର୍ଯ୍ୟନ୍ତ ମୋ ଟାଇମଲାଇନକୁ ନିଜ ଫାଲତୁ କଥାରେ ଭର ନାହିଁ । ଆଉ ଯାହା ମୁଁ କରୁଛି ତାହା ମତେ କରିବାକୁ ଦିଅ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.