ETV Bharat / sitara

ଆଇଟି ଚଢାଉର ତିନି ଦିନ ପରେ ମୁହଁ ଖୋଲିଲେ ତାପସୀ

author img

By

Published : Mar 6, 2021, 12:58 PM IST

ସୋସିଆଲ ମିଡିଆରେ ଆଇଟିର ଯାଞ୍ଚ ବିଷୟରେ ସମସ୍ତଙ୍କୁ ଜଣାଇଲେ ତାପସୀ । ନିକଟରେ ଅନେକ ସେଲିବ୍ରିଟିଙ୍କ ଘରେ ଆଇଟି କରିଥିଲା ଚଢାଉ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାପସୀ ପନ୍ନୁ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାପସୀ ପନ୍ନୁ

ମୁମ୍ବାଇ: ଆୟକର ବିଭାଗର ଚଢାଉ ନିକଟରେ ତାପସୀ ପନ୍ନୁଙ୍କ ଘରେ ହୋଇଥିଲା । ଯାହା ଉପରେ ଏଯାବତ ଯାଞ୍ଚ ଜାରି ରିଖିଛି ଆଇଟି । ଘଟଣାର ତିନି ଦିନ ପରେ ମୌନ ବ୍ରତ ଭାଙ୍ଗିଛନ୍ତି ଅଭିନେତ୍ରୀ । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି ଅନେକ କଥା । ସେପଟେ ତାପସୀଙ୍କ ବ୍ୟତୀତ ନିର୍ମାତା ଅନୁରାଗ କଶ୍ୟପ ଓ ନିର୍ଦ୍ଦେଶକ ବିକାଶ ବହଲଙ୍କ ଘରେ ମଧ୍ୟ ସର୍ଚ୍ଚ ଅପରେସନ କରିଥିଲା ଆଇଟି । ଟିକସ୍ ଫାଙ୍କିବା ଅଭିଯୋଗରେ ଚଢାଇ କରାଯାଇଥିଲା ।

  • 3 days of intense search of 3 things primarily
    1. The keys of the “alleged” bungalow that I apparently own in Paris. Because summer holidays are around the corner

    — taapsee pannu (@taapsee) March 6, 2021 " class="align-text-top noRightClick twitterSection" data=" ">

ବର୍ତ୍ତମାନ ଭାଇରାଲ ହେଉଥିବା ତାପସୀଙ୍କ ଟ୍ବିଟରେ ଲେଖାଯାଇଛି, ‘ମୁଖ୍ୟତଃ ତିନୋଟି ଜିନିଷର 3 ଦିନର ତୀବ୍ର ସନ୍ଧାନ । ପ୍ରଥମ ଅଭିଯୋଗରେ ଥିବା ବଙ୍ଗଳାର ଚାବି ଯାହାକୁ ମୁଁ ବୋଧହୁଏ ପ୍ୟାରିସରେ ରଖିଛି । କାରଣ ଗ୍ରୀଷ୍ମ ଛୁଟିରେ ମୁଁ ସେଠାକୁ ସମୟ ବିତାଇବାକୁ ଯାଏ । ଦ୍ବିତୀୟ 5 କୋଟି ଟଙ୍କାର ରସିଦର ତଦନ୍ତ । ଯାହାକୁ ପୂର୍ବରୁ ମୁଁ ଖଣ୍ଡନ କରିସାରିଛି । ତୃତୀୟ 2013ରେ ହୋଇଥିବା ମାନ୍ୟବର ଅର୍ଥମନ୍ତ୍ରୀଙ୍କ ଦ୍ବାରା ହୋଇଥିବା ଚଢାଉର ଯାଞ୍ଚ ।’

ପ୍ରକାଶ ଥାଉକି ଶୁକ୍ରବାର ତାପସୀଙ୍କ ବୟଫ୍ରେଣ୍ଡ ତଥା ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ମାଥିୟାସ ବୋ ଏହି ବିଷୟରେ ଟ୍ବିଟ କରି ଜଣାଇଥିଲେ ଯେ ଏହି ଚଢାଉ ଯୋଗୁଁ ତାପସୀଙ୍କ ପିତାମାତା ଚାପଗ୍ରସ୍ତ ଅଛନ୍ତି। ଆଉ କ୍ରୀଡା ମନ୍ତ୍ରୀ କିରଣ ରିଜିଜୁଙ୍କୁ ଅନୁରୋଧ ମଧ୍ୟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.