ETV Bharat / sitara

ଅନୁରାଗ-ତାପସୀଙ୍କୁ ସମର୍ଥନ କରି ଫସିଲେ ସ୍ବରା - ସ୍ବରା ଭାସ୍କରଙ୍କ ନ୍ୟୁଜ

ପୁଣିଥରେ ଟ୍ରୋଲର୍ସଙ୍କ ଶିକାର ହୋଇଛନ୍ତି ସ୍ବରା ଭାସ୍କର । ଏଥର ସେ ଅନୁରାଗ ଓ ତାପସୀଙ୍କ ସପୋର୍ଟରେ ନଜର ଆସିଛନ୍ତି । ଯାହାକୁ ନେଇ ରାଗିଲେ ୟୁଜର୍ସ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Mar 5, 2021, 12:28 PM IST

ମୁମ୍ବାଇ: ଗୁରୁବାର ଏକ ଘରୋଇ ଗଣମାଧ୍ୟମର ବାର୍ଷିକ କନକ୍ଲେଭରେ ଯୋଗ ଦେବା ଅବସରରେ ଭୁବନେଶ୍ବରରେ ପହଞ୍ଚିଥିଲେ ବଲିଉଡର ଜଣାଶୁଣା ଅଭିନେତ୍ରୀ ସ୍ବରା ଭାସ୍କର । ହେଲେ ଇତିମଧ୍ୟରେ ତାଙ୍କୁ ଟ୍ରୋଲ କରାଯାଉଛି । ନିର୍ମାତା, ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଓ ତାପସୀ ପନ୍ନୁଙ୍କ ସମର୍ଥନ କରି ବର୍ତ୍ତମାନ ସୋସିଆଲ ମିଡିଆରେ ହଟହଟା ସ୍ବରା । ବୁଧବାର ଅନୁରାଗ ଓ ତାପସୀଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ଘରେ ଆୟକର ବିଭାଗର ଚଢାଉ ହୋଇଥିଲା । ଟିକସ୍ ଫାଙ୍କିବା ଅଭିଯୋଗରେ ଏହି ସେଲିବ୍ରିଟିଙ୍କ ସମ୍ପତ୍ତିର ଆଇଟି ଯାଞ୍ଚ ଜାରି ରଖିଛି ।

ଫଟୋ ସୌଜନ୍ୟ: ଟ୍ବିଟର@ସ୍ବରା ଭାସ୍କର
ଫଟୋ ସୌଜନ୍ୟ: ଟ୍ବିଟର@ସ୍ବରା ଭାସ୍କର

ସେପଟେ ଏହି ଖବର ସାମ୍ନାକୁ ଆସିବା ପରେ ସ୍ବରା ସମର୍ଥନ କରି ପ୍ରତିକ୍ରିୟା ରଖିଥିଲେ । ସେ ଟ୍ବିଟରେ ଲେଖିଥିଲେ, ‘ସିନେମାଟିକ୍ ଟ୍ରେଲବ୍ଲେଜର, ଶିକ୍ଷକ, ପ୍ରତିଭାର ପୃଷ୍ଠପୋଷକ ତଥା ବିରଳ ଶାନ୍ତ ଏବଂ ସାହସୀ ହୃଦୟ ଥିବା ଅନୁରାଗ କାଶ୍ୟପଙ୍କୁ ଏକ ପ୍ରଶଂସନୀୟ ଟ୍ବିଟ। ଆପଣଙ୍କ ପାଇଁ ଅଧିକ ଶକ୍ତିର ଆବଶ୍ୟକ ଅଛି ।’

ତାଙ୍କର ଏହି ସମର୍ଥନ ଏବେ ତାଙ୍କ ମହଙ୍ଗା ପଡିଛି । ୟୁଜର୍ସଙ୍କୁ ସ୍ବରାଙ୍କ ଏହି ଟ୍ବିଟ ଆଦୌ ପସନ୍ଦ ଆସିନାହିଁ । ଆଉ କମେଣ୍ଟ କରି ଯାହା ନାହିଁ ତାହା ଶୁଣାଇବାରେ ଲାଗିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.