ETV Bharat / sitara

ବଲିଉଡରେ କ୍ୟାଟ ଫାଇଟ, ତାପସୀଙ୍କ ପରେ କଙ୍ଗନା-ସ୍ବରା ଟକ୍କର - କଙ୍ଗନ ରଣାୱତଙ୍କ ଅପଡେଟ ନ୍ୟୁଜ

ସୋସିଆଲ ମିଡିଆରେ ବର୍ତ୍ତମାନ କିଛି ଅଭିନେତ୍ରୀଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳୁଛି। ଏହି କ୍ରମରେ ସାମିଲ ଅଛନ୍ତି କଙ୍ଗନା, ତାପସୀ ଓ ସ୍ବରା ଭାସ୍କର।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jul 20, 2020, 4:28 PM IST

ମୁମ୍ବାଇ: କଙ୍ଗନା ରାଣାୱତ ନିକଟରେ କିଛି ବଡ ଖୁଲାସା କରିଥିଲେ। ସେ ଏକ ସାକ୍ଷାତକାରରେ ବଲିଉଡରେ ଚାଲିଥିବା ପରିବାରବାଦ, ଗୋଷ୍ଠୀବାଦ ଓ ମାଫିଆଗିରି ଉପରେ ଆଲୋଚନା କରିଥିଲେ। ଏହାସହ ସେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ଅନେକ ସେଲିବ୍ରିଟିଙ୍କ ଉପରେ ଦୋଷ ମଧ୍ୟ ଲଗାଇଥିଲେ। ଖାଲି ଏତିକି ନୁହେଁ ସେ ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁ ଓ ସ୍ବରା ଭାସ୍କରଙ୍କୁ ବି ଗ୍ରେଡ ଅଭିନେତ୍ରୀ କହି ଚର୍ଚ୍ଚାରେ।

ସେପଟେ ସ୍ବରା ଏହି ମାମଲାରେ କଙ୍ଗନାଙ୍କୁ କଡା ଜବାବ ଦେଇଛନ୍ତି। ସେ ଏକ ଟ୍ବିଟ କରି ଲେଖିଛନ୍ତି, ‘ଭୋକିଲା ଆଉଟସାଇଡର, ବି ଗ୍ରେଡ ଅଭିନେତ୍ରୀ, ହେଲେ ଆଲିୟା ଭଟ୍ଟ ଓ ଅନନ୍ୟା ପାଣ୍ଡେଙ୍କ ଠୁ ଭଲ ଦେଖାଯାଉଥିବା କଳାକାର ମଧ୍ୟ । ମତେ ଲାଗୁଛି ଯେ ଏହା ପ୍ରଶଂସା। ଧନ୍ୟବାଦ କଙ୍ଗନା ମତେ ଲାଗୁଛି ଯେ ଆପଣ ବହୁତ ସୁନ୍ଦର । ଆଉ ଜଣେ ଭଲ ଅଭିନେତ୍ରୀ ହେବା ସହ ଭଲ ମଣିଷ ମଧ୍ୟ । ସବୁବେଳେ ସଫଳ ହୁଅନ୍ତୁ।’

ପ୍ରକାଶ ଥାଉକି ସ୍ବରାଙ୍କ ପୂର୍ବରୁ ତାପସୀ ମଧ୍ୟ ଏକ ସାକ୍ଷାତକାରରେ କହିଥିଲେ, ‘ମୁଁ ମୋ ପ୍ରତିଶୋଧ ପାଇଁ କାହାରି ମୃତ୍ୟୁର ଫାଇଦା ଉଠାଇପାରିବି ନାହିଁ। ମୁଁ ଏହି ଇଣ୍ଡଷ୍ଟ୍ରିର ମଜାକ କରିପାରିବି ନାହିଁ। କାରଣ ଏହିଠୁ ମୁଁ ନିଜର ପରିଚୟ ପାଇଛି।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.