ETV Bharat / sitara

ସୁସ୍ମିତାଙ୍କ ବୟଫ୍ରେଣ୍ଡ ରୋହମାନଙ୍କ ପ୍ରଶଂସାରେ ଝିଅ ରେନେ

ଦୁଇ ଝିଅଙ୍କ ଗର୍ବିତ ମା' ସୁସ୍ମିତାଙ୍କୁ ନେଇ ନୂଆ ଚର୍ଚ୍ଚା । ସେପଟେ ମା'ଙ୍କ ବୟଫ୍ରେଣ୍ଡ ରୋହମାନଙ୍କ ବିଷୟରେ ଆଲୋଚନା କରି ଚର୍ଚ୍ଚାରେ ତାଙ୍କ ବଡ ଝିଅ ରେନେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁସ୍ମିତା ସେନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁସ୍ମିତା ସେନ
author img

By

Published : Jan 4, 2021, 2:18 PM IST

ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ ସୁସ୍ମିତା ସେନ ଫିଲ୍ମଠୁ ଅଧିକ ନିଜ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରୁହନ୍ତି । ସେ ଦୀର୍ଘ ସମୟରୁ ପପୁଲାର ମଡେଲ ରୋହମାନ ସୈଲଙ୍କ ସହ ରିଲେସନଶିପରେ ରହିଆସୁଛନ୍ତି । ପ୍ରାୟତଃ ଏହି ଲଭବାର୍ଡକୁ ଅନେକଥର ଏକାଠି ଦେଖିସାରିଲେଣି ଫ୍ୟାନ୍ସ । ହେଲେ ଇତିମଧ୍ୟରେ ମଜାଦାର ଘଟଣା ଘଟିଛି । କାରଣ ରୋହମାନଙ୍କୁ ଅଙ୍କଲ ମାନୁଛନ୍ତି ସୁସ୍ମିତାଙ୍କ ଦୁଇ ଝିଅ ରେନେ ଏବଂ ଅଲିଶା । ଏହି ବିଷୟରେ ନିକଟରେ ଆଲୋଚନା କରି ଏକ ସାକ୍ଷାତକାର ମନ କଥା ଜଣାଇଥିଲେ ରେନେ ।

ଆଉ କହିଥିଲେ, ‘ରୋହମାନ ଆମ ଅଙ୍କଲ । ସେ ଏମିତି ଜଣେ ବ୍ୟକ୍ତି ଯାହାଙ୍କ ଉପରେ ଆମେ ନିର୍ଭର କରୁଛୁ । ଏହାସହ ସେ ଜଣେ ଭଲ ମଣିଷ ମଧ୍ୟ ଯିଏ ସବୁବେଳେ ଆମ ପରିବାରର ଯତ୍ନ ନେଉଛନ୍ତି । ଆମେ ଚାରିଜଣ ଏକାଠି ସବୁବେଳେ ଖୁସିରେ ମିଶୁ । ପରିବାର ସାଧାରଣତଃ ରବିବାର ଦିନ ସାକ୍ଷାତ କରି ଖୁବ୍ ମଜାମସ୍ତି କରୁ ଏବଂ ଏକାଠି ଫିଲ୍ମ ମଧ୍ୟ ଦେଖୁ । ଆଲିଶା ଏବଂ ମୁଁ ରୋହମାନଙ୍କ ଠୁ ବହୁତ ଜିନିଷ ଶିଖିବାକୁ ମଧ୍ୟ ପାଉଛୁ ।’

ପ୍ରକାଶ ଥାଉକି ସୁସ୍ମିତା ‘ଆର୍ଯ୍ୟା’ ସିରିଜରେ ଡିଜିଟାଲ ଦୁନିଆରେ ପଦାର୍ପଣ କରିଥିଲେ । ଯେଉଁଥିରେ ତାଙ୍କ ଦମଦାର ଅଭିନୟର ଖୁବ୍ ପ୍ରଶଂସା କରାଯାଇଥିଲା । ‘ଆର୍ଯ୍ୟା’ ଏକ ପାରିବାରିକ ଡ୍ରାମା ସିରିଜ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.