ମୁମ୍ବାଇ: ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ସନ୍ନି ଲିଓନ ଏଥର ଫ୍ୟାନ୍ସଙ୍କ ପାଇଁ ନିଜର ଏକ ଫନ୍ନି ଭିଡିଓ ସେୟାର କରି ଚର୍ଚ୍ଚାରେ । ଯାହାକୁ ଦେଖି ଲାଗୁଛି ଲକଡାଉନରେ ସେ ନିଜ ଶରୀରର ଓଜନ ବଢାଇ ଦେଇଛନ୍ତି । କାରଣ ତାଙ୍କ ଡ୍ରେସର ଜିପ୍ ବନ୍ଦ କରିବାକୁ ଚାରିଜଣ ଲୋକ ଚେଷ୍ଟା କରୁଥିବାର ନଜର ଆସୁଛନ୍ତି ।
- " class="align-text-top noRightClick twitterSection" data="
">
ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରି ସେ ଲେଖିଛନ୍ତି, ‘ମୋ ଗାଉନ୍କୁ ପରଫେକ୍ଟ କରିବା ପାଇଁ ପୁରା ଆର୍ମି ଲାଗିଛନ୍ତି ।’ ବର୍ତ୍ତମାନ ଭାଇରାଲ ହେଉଥିବା ସନ୍ନିଙ୍କ ଏହି ଭିଡିଓ ଏମଟିଭି ‘ସ୍ପିଲ୍ଟସ୍ଭିଲା’ ସେଟର । ଯେଉଁଥିରେ ସେ ସୁଟ ପାଇଁ ପ୍ରସ୍ତୁତ ହେଉଥିବାର ଦେଖାଯାଉଛନ୍ତି । ହେଲେ ତାଙ୍କ ଆଉଟଫିଟ୍ର ଜିପ୍ ବନ୍ଦ କରିବାରେ ଲାଗିଛନ୍ତି ସମସ୍ତେ ।
ଯଦି ତାଙ୍କ କାମ ବିଷୟରେ କଥା ହେବା ତାହାଲେ ସେ ଖୁବଶୀଘ୍ର ‘ସେରୁ’ ଫିଲ୍ମରେ ନଜର ଆସିବେ । ଯାହାର ନିର୍ଦ୍ଦେଶନା କରୁଛନ୍ତି ଶ୍ରୀଜିତ୍ ବିଜୟ । ସେହିପରି ଏହି ଫିଲ୍ମ ତାମିଲ, ହିନ୍ଦୀ, ତେଲୁଗୁ ଏବଂ ମାଲାୟାଲମ ଭାଷାରେ ରିଲିଜ କରିବେ ମେକର୍ସ । ଖାଲି ଏତିକି ନୁହେଁ ଅଭିନେତ୍ରୀ ଡିଜିଟାଲ ଡେବ୍ୟୁକୁ ନେଇ ମଧ୍ୟ କିଛି ଦିନରୁ ଚର୍ଚ୍ଚାରେ । ‘ଅନାମିକା’ ସିରିଜରେ ଡେବ୍ୟୁ କରିବାକୁ ଯାଉଛନ୍ତି ସେ ।
@IANS