ମୁମ୍ବାଇ: ପୁଣି ନିଜ ସେକ୍ସୀ ଅନ୍ଦାଜ ନେଇ ପରଦାକୁ ଫେରିବେ ପପୁଲାର ଅଭିନେତ୍ରୀ ସନ୍ନି ଲିଓନୀ । ସେ ଖୁବସୀଘ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କ ଆଗାମୀ ସିରିଜ ଅନାମିକାରେ ଦେଖାଯିବେ । ଯାହାର ସୁଟିଂ ଏବେ ଆରମ୍ଭ ହୋଇଯାଇଛି । ଲକଡାଉନ ପୂର୍ବରୁ ଏହାର କିଛି ସୁଟିଂ ଆରମ୍ଭ କରିଥିଲେ ସନ୍ନି ହେଲେ ଲକଡାଉନ ପାଇଁ ଅଧାରେ ବନ୍ଦ ହୋଇଥିଲା ସୁଟିଂ । ମୁଖ୍ୟ କଥା ହେଲା ଯେ ସିରିଜରେ ସନ୍ନି ପ୍ରଥମଥର ମାର୍ଶଲ ଆର୍ଟ କରୁଥିବାର ନଜର ଆସିବେ ।
- " class="align-text-top noRightClick twitterSection" data="
">
ସୁଟିଂ ଆରମ୍ଭ ହେବାର ସୂଚନା ସନ୍ନି ଇନଷ୍ଟାଗ୍ରାମରେ ସମସ୍ତଙ୍କୁ ଦେଇଛନ୍ତି । ସେ ନିଜର ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ସତନାମ, ‘କିଛି ନୂଆ ଆରମ୍ଭ ଏବଂ ମୋ ଲକଡାଇନରେ ଶେଷ । ଏହି ନୂଆ ଯାତ୍ରା ଏକ ଭଲ ଅନ୍ଦାଜରେ ଆରମ୍ଭ ହୋଇଛି ।’
‘ଅନାମିକା’ ସିରିଜରେ 10ଟି ଏପିସୋଡ ଦେଖିବାକୁ ମିଳିବ । ମୁମ୍ବାଇରେ ସୁଟିଂ କରିବେ ସନ୍ନି । ଏହାର ପ୍ରଥମ ସିଡ୍ୟୁଲ ସୁଟିଂ ଏମାସରେ ଶେଷ କରିବାକୁ ସ୍ଥିର କରିଛନ୍ତି । ସେହିପରି ବିକ୍ରମଙ୍କ ଦ୍ବାରା ଲେଖିତ ଏବଂ ନିର୍ଦ୍ଦେଶିତ ଏହି ସିରିଜର ପ୍ରଯୋଜନା ଦାୟିତ୍ବ ତୁଲାଇବେ ତାଙ୍କ ଝିଅ କ୍ରିଷ୍ଣା ଭଟ୍ଟ । ‘ଅନାମିକା’ ପପୁଲାର ଓଟିଟି ପ୍ଲାଟଫର୍ମ ଏମଏକ୍ସ ପ୍ଲେୟାରରେ ରିଲିଜ ହେବାକୁ ଯାଉଛି ।