ମୁମ୍ବାଇ: ବି-ଟାଉନର ଡିଭା ସୋନମ କପୁର ବର୍ତ୍ତମାନ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ବାପା ଘରେ ସମୟ ବିତାଉଛନ୍ତି । ସେ ଦୀର୍ଘ ସମୟ କ୍ବାରେଣ୍ଟାଇନରେ ରହିବା ପରେ ନିକଟରେ ସେ ବାପା ଘରକୁ ଯାଇଥିଲେ । ଇତିମଧ୍ୟରେ ସୋସିଆଲ ମିଡିଆରେ ତାଙ୍କର ଏକ ୱାର୍କଆଉଟ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଆନନ୍ଦ ।
- " class="align-text-top noRightClick twitterSection" data="
">
ମଜାଦାର କଥା ହେଲା ଯେ ୱାର୍କଆଉଟ କରୁଥିବା ସମୟ ସୋନମ ଗୀତ ଗାଇବାକୁ ଚେଷ୍ଟା କରୁଥିବାର ନଜର ଆସୁଛନ୍ତି ।
ଭିଡିଓକୁ ସେୟାର କରି ଆନନ୍ଦ କ୍ୟାପସନରେ ଲେଖିଛନ୍ତି, ‘ମୋ ପୁରା ଦୁନିଆ ସୋନମ କପୁର, ହାପି ବର୍ଥ ଡେ ମନ୍ଥ ।’ ସେହି ନିଜ ପୋଷ୍ଟରେ ପ୍ରତିକ୍ରିୟା ଦେଇ ସୋନମ ମଧ୍ୟ ଲେଖିଛନ୍ତି, ‘ତୁମେ ମୋ ଭିଡିଓ କେମିତି ତିଆରି କଲ ଏବଂ ପୋଷ୍ଟ ବି କରିଦେଲ ।’
ଆନନ୍ଦ ମଧ୍ୟ କେଉଁଠି ଚୁପ ବସିବା ବ୍ୟକ୍ତି ସେ ମଧ୍ୟ ଉତ୍ତର ଦେଇ ଲେଖିଛନ୍ତି, ‘ତୁମେ ମୋର ମନୋରଞ୍ଜନ କରିବାରେ କେବେ ଅସଫଳ ହୁଅ ନାହିଁ ।’ ପ୍ରକାଶ ଥାଉକି ଗତ 9 ତାରିଖରେ ସୋନମ ନିଜର 35ତମ ଜନ୍ମଦିନ ପରିବାର ସହ ପାଳନ କରିଥିଲେ ।