ETV Bharat / sitara

ବ୍ଲାଇଣ୍ଡର ସୁଟିଂ ଆରମ୍ଭ କଲେ ସୋନମ

author img

By

Published : Dec 29, 2020, 9:36 AM IST

ଖୁବଶୀଘ୍ର ଆକ୍ସନ ଥ୍ରିଲର ଫିଲ୍ମ ନେଇ ପରଦାକୁ ଫେରିବେ ସୋନମ । ସ୍କଟଲ୍ୟାଣ୍ଡରେ ଆରମ୍ଭ କଲେ ଫିଲ୍ମ ‘ବ୍ଲାଇଣ୍ଡ’ର ସୁଟିଂ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@

ମୁମ୍ବାଇ: ବି-ଟାଉନର ଡିଭା ସୋନମ କପୁର ସୋମବାର ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ତାଙ୍କର ନୂଆ ଫିଲ୍ମ ବ୍ଲାଇଣ୍ଡର ସୁଟିଂ ଆରମ୍ଭ କରିଛନ୍ତି । ଶୋମ ମଖୀଜାଙ୍କ ନିର୍ଦ୍ଦେଶିତ ଆକ୍ସନ୍ ଥ୍ରୀଲର ଫିଲ୍ମ ଷ୍ଟାର୍ଟ-ଟୁ-ଫିନିସ୍ କାର୍ଯ୍ୟସୂଚୀରେ ସୁଟିଂ କରାଯିବ । ଏହି ଫିଲ୍ମରେ ବିନୟ ପଠକ, ପୁରୋବ କୋହଲି ଏବଂ ଲିଲେଟ ଦୁବେ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

ସୁଟିଂ ଆରମ୍ଭ ହେବାର ସୂଚନା ସୋନମ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସମସ୍ତଙ୍କୁ ଜଣାଇଛନ୍ତି । ଯାହାର କ୍ୟାପସନରେ ସେ ଲେଖିଛନ୍ତି, ‘2021 ବର୍ଷ ଆରମ୍ଭ କରିବାର ଉତ୍କୃଷ୍ଟ ଉପାୟ ।’ ସେପଟେ ତାଙ୍କ ଭାଇ ହର୍ଷବର୍ଦ୍ଧନ କପୁର ଏବଂ ମା' ସୁନୀତା କପୁର ମଧ୍ୟ ଏହି ପୋଷ୍ଟରେ କମେଣ୍ଟ କରିଛନ୍ତି । କମେଣ୍ଟରେ ହର୍ଷ ଲେଖିଛନ୍ତି, ‘କୁଇନ ପୁଣି ଫେରିଲେ ।’ ସେହିପରି ମା' ଲେଖିଛନ୍ତି, ‘ୟେ’ ।

ଯଦି କଥା ହେବା ବ୍ଲାଇଣ୍ଡ ବିଷୟରେ ତେବେ ଏହା ଏକ ଆକ୍ସନ୍-ଥ୍ରୀଲର ଫିଲ୍ମ । ଯେଉଁଥିରେ ଜଣେ କ୍ରାଇମବ୍ରାଞ୍ଚ ଖୋଜୁଥିବା ଜଣେ ଅନ୍ଧ ପୋଲିସ୍ ଅଧିକାରୀଙ୍କ କାହାଣୀକୁ ଆଧାରିତ କରାଯିବ । ଏହ ସୁଜୋୟ ଘୋଷ, ଅବିଷେକ ଘୋଷ ଏବଂ ମନୀଷା ଡବ୍ଲୁ, ପିଙ୍କେଶ ନାହର ଏବଂ ସଚିନ ନାହର ଏବଂ ହ୍ୟୁନୱୋ ଥୋମାସ କିମଙ୍କ ଦ୍ବାରା ନିର୍ମିତ। ସେହିପରି ଏହି ଫିଲ୍ମ ଜରିଆରେ ଶୋମ ନିର୍ଦ୍ଦେଶନାରେ ଡେବ୍ୟୁ କରୁଛନ୍ତି । ଏହି ଫିଲ୍ମ 2021ରେ ରିଲିଜ ହେବ ବୋଲି ଆଶା କରାଯାଉଛି ।

ପ୍ରକାଶ ଥାଉକି ନିକଟରେ ରିଲିଜ ହୋଇଥିବା ଅନିଲ କପୁର ଓ ଅନୁରାଗ କଶ୍ୟପଙ୍କ ଅଭିନୀତ ଫିଲ୍ମ ଏକେ ଭର୍ସେସ ଏକେରେ ସୋନମ ଦେଖିବାକୁ ମିଳିଥିଲା । ଏହି ଫିଲ୍ମଟି 24 ଡିସେମ୍ବରରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହୋଇଥିଲା । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ ବିକ୍ରମଦିତ୍ୟ ମୋଟୱାନୀ । ସୋନମଙ୍କ ବ୍ୟତୀତ ଏହି ହର୍ଷବର୍ଦ୍ଧନ, ବୋନି କପୁର ଏବଂ ନୱାଜୁଦ୍ଦିନ ସିଦ୍ଦିକୀ ମଧ୍ୟ ଅଭିନୟ କରିଛନ୍ତି । ହେଲେ ନୱାଜଙ୍କ କେବଳ ସ୍ବର ଶୁଣିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.