ମୁମ୍ବାଇ: ସୋମବାର ଅଭିନେତ୍ରୀ ସୋନାଲି ବିନ୍ଦ୍ରେ ସୋସିଆଲ ମିଡିଆରେ ମୋଟିଭେସନାଲ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ପ୍ରେରଣା ଯୋଗାଇଛନ୍ତି । ଏହାସହ ସେ ଏଥିରେ ଜଣାଇଛନ୍ତି ଯେ ଯେକୌଣସି ପରିସ୍ଥିତି ଆସୁ ସବୁବେଳେ ଖୁସିକୁ ଚୟନ କରନ୍ତୁ । ବର୍ତ୍ତମାନ ଭାଇରାଲ ହେଉଛି ତାଙ୍କର ଏହି ପୋଷ୍ଟ ।
- " class="align-text-top noRightClick twitterSection" data="
">
କ୍ୟାନ୍ସରକୁ ମାତ୍ ଦେଇଥିବା ସୋନାଲି ଇନଷ୍ଟାଗ୍ରାମରେ ନିଜର ଏକ ମୋଶନ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଯାହା ତୁମକୁ ଖୁସି କରୁଛି, ସେ ଜିନିଷ ସବୁବେଳେ ବାଛ । ଯାହା ତୁମକୁ ଭଲ ରଖେ ତାହା କର । ତୁମେ ଭଲ ପାଉଥିବା ଲୋକଙ୍କ ସହିତ ରୁହ । ଏହା ତୁମକୁ ପ୍ରେମ ଯୋଗାଇବ।’
ସେହିପରି ଏହି ମୋଶନ ପୋଷ୍ଟରେ ସୋନାଲି ନିଜ ପୋଷାକ କୁକୁର ସହ ଖେଳୁଥିବାର ନଜର ଆସୁଛନ୍ତି । ଦେଖନ୍ତୁ ପୋଷ୍ଟ...