ETV Bharat / sitara

କୁଇନଙ୍କୁ ଟାର୍ଗେଟ କଲେ ଦବଙ୍ଗ ଗାର୍ଲ, ପରିବାରବାଦକୁ ନେଇ ଖୋଲିଲେ ମୁହଁ

author img

By

Published : Aug 17, 2020, 8:24 PM IST

ସବୁବେଳେ ସମସ୍ତଙ୍କୁ ଟାର୍ଗେଟ କରୁଥିବା କଙ୍ଗନା ଏଥର ସୋନାକ୍ଷୀଙ୍କ ସମାଲୋଚନାର ଶିକାର ହୋଇଛନ୍ତି । ଅଧିକା ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ବି-ଟାଉନର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା କିଛି ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ ହେଉଥିବାର ଦେଖାଯାଉଛନ୍ତି । ଯାହାକୁ ଦୃଷ୍ଟିରେ ରଖି ସେ ଦୁଇମାସ ପୂର୍ବରୁ ନିଜ ଟ୍ବିଟର ଆକାଉଣ୍ଟ ବ୍ଲକ କରିଦେଇଥିଲେ । କାରଣ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ତାଙ୍କ ଉପରେ କ୍ରୋଧିତ ଥିବା ଫ୍ୟାନ୍ସ ପରିବାରବାଦ ଅଭିଯୋଗ ଲଗାଇ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ । ଏହି ଟ୍ରୋଲର୍ସଙ୍କଠୁ ବଞ୍ଚିବା ପାଇଁ ସେ ଟ୍ବିଟରରୁ ଗାଏବ ହେବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ଏବେ ସେ ଆଉ ଏକ କାରଣ ପାଇଁ ଚର୍ଚ୍ଚାରେ ଆସିଛନ୍ତି । ଆଜ୍ଞା ହଁ, ସେ ବି-ଟାଉନର କୁଇନ କଙ୍ଗନା ରଣାୱତଙ୍କୁ ଟାର୍ଗେଟ କରି ମନ କଥା ବଖାଣିଛନ୍ତି ।

କଥାଟି ହେଲା ଯେ ସୁଶାନ୍ତଙ୍କ ଆତ୍ମହତ୍ୟା ପରଠୁ ବଲିଉଡ ଓ କିଛି ସେଲିବ୍ରିଟିଙ୍କ ଉପରେ କଙ୍ଗନା ପରିବାରବାଦ, ଗୋଷ୍ଠୀବାଦ ଓ ମାଫିଆଗିରି ଭଳି ଅଭିଯୋଗ ଲଗାଇ କଡା ସମାଲୋଚନ କରୁଛନ୍ତି । ଏହାକୁ ଆଧାର କରି ସୋନାକ୍ଷୀ ଏକ ସାକ୍ଷାତକାରରେ କହିଥିଲେ, ‘କଙ୍ଗନା ପରିବାରବାଦ କଥା କହୁଛନ୍ତି ହେଲେ ନିଜ ମ୍ୟାନେଜର ରୂପେ ସେ ଭଉଣୀ ରଙ୍ଗୋଲୀ ଚାନ୍ଦେଲଙ୍କୁ ରଖିଛନ୍ତି । ଅନ୍ୟ ଲୋକଙ୍କୁ କାହିଁକି ରଖିନାହାଁନ୍ତି । ତାହାଲେ ଏକଣ ପରିବାରବାଦ ନୁହେଁ।’

କଙ୍ଗନାଙ୍କ ବ୍ୟତୀତ ସେ ଟ୍ବିଟରଠୁ ଦୂରେଇ ରହିବା ବିଷୟରେ ଆଲୋଚନା କରି କହିଥିଲେ ଯେ ଏବେ ତାଙ୍କ ଜୀବନ ବଦଳିଯାଇଛି । ପୂର୍ବ ଅପେକ୍ଷା ସେ ଏବେ ଭଲ ଅନୁଭବ କରୁଛନ୍ତି । ଟ୍ବିଟରରେ ପ୍ରାୟତଃ ସେ ଟ୍ରୋଲର୍ସଙ୍କ କଥା ଶୁଣି ଅପସେଟ ହେଉଯାଉଥିଲେ । ଏବେ କିନ୍ତୁ ସେ ଠିକ୍ ଅଛନ୍ତି । ଆଉ ଟ୍ବିଟରକୁ ଫେରିବାର ତାଙ୍କର କୌଣସି ପ୍ଲାନିଂ ମଧ୍ୟ ନାହିଁ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.