ETV Bharat / sitara

ପ୍ଲାଜମା ଦାନ କଲେ ଶ୍ରଦ୍ଧାଙ୍କ ଭାଇ

author img

By

Published : Apr 29, 2021, 9:14 AM IST

କୋରୋନା କାଳରେ ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରିଟି ଦେଶବାସୀଙ୍କ ସେବା କରିବାକୁ ଆଗେଇ ଆସୁଛନ୍ତି । ଏହି କ୍ରମରେ ଏବେ ସାମିଲ ହୋଇଛନ୍ତି ଶ୍ରଦ୍ଧାଙ୍କ ଭାଇ ସିଦ୍ଧାନ୍ତ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଦେଶରେ କୋରୋନା ସଙ୍କଟର ପ୍ରକୋପକୁ ନେଇ ଅସ୍ତବ୍ୟସ୍ତ ଦେଶବାସୀ । ଅସମ୍ଭାଳ ହେଲାଣି ପରିସ୍ଥିତି । ଯାହାକୁ ଦୃଷ୍ଟିରେ ରଖି ସରକାର କୋରୋନା କଟକଣା ସହ ସବୁ ନିୟମାବଳୀ ମାନୁବାକୁ ସଚେତନା ବାର୍ତ୍ତା ଦେଉଛନ୍ତି । ସେପଟେ ସେଲିବ୍ରିଟି ମଧ୍ୟ ନିଜ ସାମର୍ଥ୍ୟ ଅନୁଯାୟୀ ଦେଶବାସୀଙ୍କ ସେବା କରୁଥିବାର ନଜର ଆସୁଛନ୍ତି । ହେଲେ ଏଥର ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କରିଛନ୍ତି ମହାନ କାର୍ଯ୍ୟ । ଯାହାକୁ ନେଇ ଚର୍ଚ୍ଚା ।

ସେ ପ୍ଲାଜମା ଦାନ କରିଛନ୍ତି । ଏହାର ସୂଚନା ଦେଇ ଇନଷ୍ଟାଗ୍ରାମରେ ଶ୍ରଦ୍ଧା ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଏହି କାମ କରିବାକୁ । ଆଉ କ୍ୟାପସନରେ ଲେଖିଛନ୍ତି, ‘ମୋ ଭାଇ ସିଦ୍ଧାନ୍ତ କପୁର ନିକଟରେ ପ୍ଲାଜମା ଦାନ କରିଥିଲେ । ଯାହାକୁ କରିବାରେ ସକ୍ଷମ ସମସ୍ତେ । ମୁଁ ସମସ୍ତଙ୍କୁ ଅପିଲ କରୁଛି ପ୍ଲାଜମା ଦାନ କରନ୍ତୁ ।’

ପ୍ରକାଶ ଥାଉକି ଗତ ବର୍ଷ ଡିସେମ୍ବରରେ କୋରୋନା ପଜିଟିଭ ବାହାରିଥିଲେ । ନିର୍ଦ୍ଧାରିତ ସମୟ ବ୍ୟବଧାନରେ ସେ ପ୍ଲାଜମା ଦାନ କରିବାର ନିଷ୍ପତ୍ତି ନେଇ ଅନ୍ୟ ଲୋକଙ୍କୁ ସାହାଯ୍ୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.