ETV Bharat / sitara

ଫଟୋଗ୍ରାଫର୍ସଙ୍କ ସହ ଶିଳ୍ପାଙ୍କ ମସ୍ତି, ଭାଇରାଲ ଭିଡିଓ - ଫଟୋଗ୍ରାଫର୍ସଙ୍କ ସହ ଶିଳ୍ପାଙ୍କ ମସ୍ତି, ଭାଇରାଲ ଭିଡିଓ

ସୋସିଆଲ ମିଡିଆରେ ଭାଇରାଲ ହେଲା ଶିଳ୍ପା ସେଟ୍ଟୀଙ୍କ ନୂଆ ଭିଡିଓ । ଗଣେଶ ବିସର୍ଜନ କରି ମିଡିଆ ଫଟୋଗ୍ରାଫର୍ସଙ୍କ ସହ କଲେ ମଜାମସ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Aug 24, 2020, 1:12 PM IST

ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଅନେକ ବର୍ଷରୁ ନିଜ ଘରେ ଗଣେଶ ଚତୁର୍ଥୀ ପାଳନ କରିଆସୁଛନ୍ତି । ଏବର୍ଷ ମଧ୍ୟ ସେ ଗଣେଶଙ୍କ ସ୍ବାଗତ କରିଛନ୍ତି । ଆଉ ପୁରା ପରିବାର ସହ ମିଶି ପୂଜାଅର୍ଚ୍ଚନା କରୁଥିବାର ନଜର ଆସିଛନ୍ତି । ଗଣେଶଙ୍କ ବିସର୍ଜନ ମଧ୍ୟ ସେ ଧୁମଧାମରେ କରିଥିଲେ । କୋରୋନା ପ୍ରକୋପକୁ ନଜରରେ ରଖି ସୁରକ୍ଷା ସହ ସବୁ କାର୍ଯ୍ୟ କରିଥିଲେ । ଇତିମଧ୍ୟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସେ ଗଣେଶ ବିସର୍ଜନର ଭିଡିଓ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଏହାବ୍ୟତୀତ ତାଙ୍କର ଆଉ ଏକ ଭିଡିଓ ଫ୍ୟାନକ୍ଲବ ପେଜରେ ସେୟାର କରାଯାଇଛି । ଯେଉଁଥିରେ ଶିଳ୍ପା ଫଟୋଗ୍ରାଫର୍ସଙ୍କ ସହ ମଜାକ କରୁଥିବାର ନଜର ଆସୁଛନ୍ତି । କଥାଟି ହେଲା ଯେ ବିସର୍ଜନ ପରେ ଶିଳ୍ପା ଫଟୋଗ୍ରାଫଙ୍କୁ ପ୍ରସାଦ ଦେବାକୁ ଯାଇ ମୋଦକଭରା ଦୁଇଟି ପ୍ଲେଟ ଦେଇଥିଲେ । ହେଲେ ମଜାଦାର କଥା ହେଲା ଯେ ପ୍ରସାଦ ଦେଇ ସାରି ସେ କହିଥିଲେ ପ୍ରସାଦ ପରସ୍ପର ସହ ବାଣ୍ଟି ଦିଅ । ଆଗା ଗଲା ବେଳେ ମୋ ପ୍ଲେଟ ମତେ ଫେରାଇକି ଯିବ।

ଶିଳ୍ପାଙ୍କ ଏହି ଅନ୍ଦାଜ ଦେଖି ଫଟୋଗ୍ରାଫର୍ସଙ୍କ ସେଠାରେ ଉପସ୍ଥିତ ଥିବା ସମସ୍ତେ ଖୁବ୍ ହସୁଥିବାର ନଜର ଆସୁଛନ୍ତି । ଆପଣ ବି ଦେଖନ୍ତୁ ଶିଳ୍ପାଙ୍କ ଏହି ମସ୍ତିଭରା ଅନ୍ଦାଜ...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.