ETV Bharat / sitara

ପୁଅ-ଝିଅଙ୍କ ଭିଡିଓ ପୋଷ୍ଟ କରି ବ୍ରଦର୍ସ ଡେ ସେଲିବ୍ରେଟ କଲେ ଶିଳ୍ପା

ଭାଇରାଲ ହେଲା ଶିଳ୍ପାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । ଯେଉଁଥିରେ ଦେଖିବାକୁ ମିଳୁଛି ସମିଶା ଓ ଭିଆନଙ୍କ ମସ୍ତିଭରା ଅନ୍ଦାଜ । ଅଧିକ ପଢନ୍ତୁ...

author img

By

Published : May 25, 2021, 10:07 AM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସୋମବାର ସେକ୍ସୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସୋସିଆଲ ମିଡିଆରେ ବ୍ରଦର୍ସ ଡେ ପାଳନ କରୁଥିବାର ନଜର ଆସିଥିଲେ । କାରଣ ପୁରା ବିଶ୍ବରେ ମେ 24 ତାରିଖକୁ ବ୍ରଦର୍ସ ଡେ ରୂପେ ସେଲିବ୍ରେଶନ କରାଯାଏ । ଆଉ ଏଥରୁ ନିଜକୁ ବାଦ ରଖି ପାରିଲେନି ଶିଳ୍ପା । ସେ ନିଜ କୁନି ଝିଅ ସମିଶା ଓ ପୁଅ ଭିଆନଙ୍କ ଏକ ନୂଆ ଭିଡିଓ ସେୟାର କରି ବ୍ରଦର୍ସ ଡେ ସେଲିବ୍ରେଶନ କରିଥିଲେ । ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି ତାଙ୍କର ଏହି ଭିଡିଓ ।

‘ଧଡକନ’ ଫେମ ଶିଳ୍ପା ଲକଡାଉନ ପାଇଁ ଏବେ ନିଜ ପରିବାର ସହ ସମୟ ବିତାଉଛନ୍ତି । ଆଉ ସେପଟେ ଫ୍ୟାନ୍ସଙ୍କୁ ମନୋରଞ୍ଜନ କରିବା ପାଇଁ କିଛି ନାଁ କିଛି ସୋସିଆଲ ମିଡିଆରେ ସେୟାର କରୁଥିବାର ମଧ୍ୟ ନଜର ଆସୁଛନ୍ତି ।

ଶିଳ୍ପାଙ୍କ ଏହି ମଜାଦାର ଭିଡିଓରେ ଭିଆନ ଓ ସମିଶାଙ୍କ ମସ୍ତି ଦେଖିବାକୁ ମିଳୁଛି । ଆଉ ଏହାକୁ ସେୟାର କରି ଶିଳ୍ପା ଲେଖିଛନ୍ତି, ‘ସାନ ଭାଇଭଉଣୀ ରହିବା କେଉଁଠି ନା କେଉଁଠି ପରିପକ୍ବ, ଦାୟିତ୍ବବାନ, ପ୍ରତିରକ୍ଷ ଭାବ ସୃଷ୍ଟି କରିଥାଏ । ମୁଁ ଜୀବନ ସାରା ରାକ୍ଷୀ ଭାଇଙ୍କ ସହ ରହିଆସୁଛି । ସମିଶା କିନ୍ତୁ ଭାଗ୍ୟବାନ ତାଙ୍କୁ ପ୍ରକୃତ ଭାଇ ମିଳିଥିବାରୁ । ଏହି ଭିଡିଓ ଦେଖିବା ମାତ୍ରେ ମୋ ହୃଦୟ ତରଳି ଯାଉଛି । ଏହାର କୌଣସି ମୂଲ୍ୟ ନାହିଁ । ହାପି ବ୍ରଦର୍ସ ଡେ ।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.