ମୁମ୍ବାଇ: ‘କାଣ୍ଟା ଲଗା’ ଆଇଟମ ସଙ୍ଗରୁ ରାତାରାତି ପପୁଲାର ହୋଇଥିବା ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ପୁଣି ସେକ୍ସୀ ଅନ୍ଦାଜ ସୋସିଆଲ ମିଡିଆରେ ସମସ୍ତଙ୍କୁ ଘାଇଲା କରିଛି । ଦୀର୍ଘ ସମୟ ପରେ ସେ ପରଦାରେ ନଜର ଆସିଛନ୍ତି । ଆଉ ଲୋକପ୍ରିୟ ଗାୟକ ମିକା ସିଂଙ୍କ ସହ ତାଙ୍କ ରୋମାଣ୍ଟିକ କେମେଷ୍ଟ୍ରି ଖୁବ୍ ଜମିଛି । କାରଣ ରିଲିଜ ହୋଇଯାଇଛି ଦୁଇଜଣଙ୍କ ନୂଆ ମ୍ୟୁଜିକ ଟ୍ରାକ ‘ହୋଣ୍ଟୋ ପେ ବସ୍ ତେରା ନାମ ହେ’ ।
ଏହି ରିମେକ ଗୀତକୁ ଦମଦାର ଅନ୍ଦାଜରେ ଗାଇଛନ୍ତି ମିକା । ଆଉ ରିଲିଜ ହେବା ମାତ୍ରେ ୟୁଟ୍ୟୁବରେ 6 ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଲାଣି । ଆପଣ ବି ଦେଖନ୍ତୁ ଦୁଇଜଣଙ୍କ ରୋମାଣ୍ଟି ସଙ୍ଗ...
- " class="align-text-top noRightClick twitterSection" data="">
ପ୍ରକାଶ ଥାଉକି ‘ହୋଣ୍ଟୋ ପେ ବସ୍ ତେରା ନାମ ହେ’ ଗୀତଟି 1994ରେ ଆସିଥିବା ‘ୟେ ଦିଲଲଗି’ ଫିଲ୍ମର ପପୁଲାର ଗୀତ । ଯେଉଁଥିରେ କାଜଲ, ଅକ୍ଷୟ କୁମାର ଓ ସୈଫ ଅଲ୍ଲୀ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସେହିପରି ଶେଫାଳିଙ୍କ କଥା ଯଦି ହେବା ତେବେ ସେ ଟିଭିର ରିୟାଲିଟି ଶୋ ‘ବିଗବସ 13’ରେ ପ୍ରତିଯୋଗୀ ରୂପେ ନଜର ଆସିସାରିଛନ୍ତି । ସେ ଟିଭି ଅଭିନେତା ପରାଗ ତ୍ୟାଗିଙ୍କ ପତ୍ନୀ ମଧ୍ୟ ।