ETV Bharat / sitara

ଏହି ବିବାହିତ ଅଭିନେତାଙ୍କୁ ନିଜ ସ୍ବୟଂମ୍ବରରେ ଚାହୁଁଛନ୍ତି ସାରା ଅଲ୍ଲୀ ଖାନ୍

author img

By

Published : Dec 22, 2021, 2:04 PM IST

ସାରା ଅଲ୍ଲୀ ଖାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ସେ ସେହି ଅଭିନେତାଙ୍କ ନାଁ କହିଛନ୍ତି, ଯେଉଁମାନଙ୍କୁ ସେ ନିଜ ସ୍ବୟଂମ୍ବରରେ ଦେଖିବାକୁ ଚାହୁଁଛନ୍ତି । ଏହାର ଏକ ମଜାଦାର୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ଏହି ବିବାହିତ ଅଭିନେତାଙ୍କୁ ନିଜ ସ୍ବୟଂମ୍ବରରେ ଚାହୁଁଛନ୍ତି ସାରା ଅଲ୍ଲୀ ଖାନ୍
ଏହି ବିବାହିତ ଅଭିନେତାଙ୍କୁ ନିଜ ସ୍ବୟଂମ୍ବରରେ ଚାହୁଁଛନ୍ତି ସାରା ଅଲ୍ଲୀ ଖାନ୍

ମୁମ୍ବାଇ: ଅକ୍ଷୟ କୁମାର, ସାରା ଅଲ୍ଲୀ ଖାନ୍ ଏବଂ ଧନୁଷଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଅତରଙ୍ଗୀ ରେ' ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମ ଡିସେମ୍ବର 24ରେ OTT ପ୍ଲାର୍ଟଫର୍ମରେ ରିଲିଜ୍ ହେବ । ଏହି 3 ଷ୍ଟାର୍ ନିଜ ଫିଲ୍ମର ପ୍ରମୋସନ୍ ଜୋରଦାର୍ କରୁଛନ୍ତି । ସାରା ଅଲ୍ଲୀ ଖାନ୍ ଏବଂ ଧନୁଷ ନିଜ ଫିଲ୍ମର ପ୍ରମୋସନ୍ ପାଇଁ ଲଗାତାର୍ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ମଧ୍ୟ କରୁଛନ୍ତି । କେବଳ କାର୍ଯ୍ୟକ୍ରମ ନୁହେଁ ବରଂ ଏହା ମାଧ୍ୟମରେ ଦୁହେଁ ମସ୍ତି କରୁଥିବାର ନଜର ମଧ୍ୟ ରହିଛି । ଇତି ମଧ୍ୟରେ ଏବେ ସାରା ଅଲ୍ଲୀ ଖାନ୍ ଏବଂ ଧନୁଷ ନିଜ ଫିଲ୍ମର ପ୍ରମୋସନ୍ କରିବା ପାଇଁ କରଣ ଜୋହରଙ୍କ ପପୁଲାର୍ ଚ୍ୟାଟ୍ ସୋ' 'କଫି ଓ୍ବିଥ୍ କରଣ'ରେ ପହଞ୍ଚିଛନ୍ତି । ଏହି ସୋ'ରେ କରଣ ସାରା ଅଲ୍ଲୀ ଖାନ୍ ଏବଂ ଧନୁଷଙ୍କ ଫିଲ୍ମ ବ୍ୟତୀତ କିଛି ମଜାଦାର୍ ପ୍ରଶ୍ନ କରିଛନ୍ତି । କରଣ ସାରା ଅଲ୍ଲୀ ଖାନଙ୍କୁ ବ୍ୟକ୍ତିଗତ ତଥା ତାଙ୍କ ବିବାହ ସହ ଜଡିତ କିଛି ପ୍ରଶ୍ନ କରିଛନ୍ତି ।

'କଫି ଓ୍ବିଥ୍ କରଣ'ର ଏହି ଏପିସୋଡର ଏକ ପ୍ରମୋ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ କରଣ ନିଜ ସୋ'ରେ ସାରା ଅଲ୍ଲୀ ଖାନ୍ ଏବଂ ଧନୁଷଙ୍କର ଗ୍ରାଣ୍ଡ ଓ୍ବେଲ୍ କମ୍ କରିଥିବାର ନଜର ଆସିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ କରଣ ସାରା ଅଲ୍ଲୀ ଖାନ୍ ଏବଂ ଧନୁଷଙ୍କର ଜୋରଦାର୍ ତାରିଫ୍ କରିବାକୁ ବି ପଛାଇ ନାହାନ୍ତି । ଏହି କଥାବାର୍ତ୍ତା ମଧ୍ୟରେ କରଣ ଧନୁଷଙ୍କୁ ପଚାରିଛନ୍ତି, ଯଦି ଗୋଟେ ଦିନ ସକାଳୁ ରଜନୀକାନ୍ତ ହୋଇ ଉଠିବ, ତାପରେ କ'ଣ କରିବେ । ଏହାର ଜବାବରେ ଧନୁଷ କହିଛନ୍ତି, ମୁଁ ସବୁବେଳେ ରଜନୀକାନ୍ତ ହୋଇ ରହିବାକୁ ପସନ୍ଦ କରିବି ।

ଏହାପରେ କରଣ ସାରା ଅଲ୍ଲୀ ଖାନଙ୍କୁ ଏକ ପ୍ରଶ୍ନ ପଚାରିଥିଲେ । ଏହି ପ୍ରଶ୍ନ ତାଙ୍କ ବିବାହ ସହ ଜଡିତ । କରଣ ପଚାରିଛନ୍ତି, ତୁମେ ତୁମ ସ୍ବୟଂମ୍ବରରେ କେଉଁ 4 ଅଭିନେତାଙ୍କୁ ଦେଖିବାକୁ ଚାହିଁବ । ଏହାର ଜବାବରେ ସାରା କହିଛନ୍ତି, ରଣବୀର ସିଂହ, ଭିକି କୌଶଲ, ବରୁଣ ଧଓ୍ବନ, ବିଜୟ ଦେବରକୋଣ୍ଡା । ସାରାଙ୍କ ଏହି ଜବାବ ଶୁଣି କରଣ ଚକିତ ହୋଇଯାଇଛନ୍ତି । ଆଉ ହସି ହସି କହିଛନ୍ତି, ମୁଁ ଆଶା କରୁଛି ଏହି ବିବାହିତ ଅଭିନେତାଙ୍କ ପତ୍ନୀ ମଧ୍ୟ ଏହି ଏପିସୋଡ ନିଶ୍ଚୟ ଦେଖୁଥିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.