ମୁମ୍ବାଇ: ନିକଟରେ ସାରା ଅଲ୍ଲୀ ଖାନ ଫେମସ ଡିଜାଇନର ମନୀଷ ମଲହୋତ୍ରାଙ୍କ ନୂଆ ଟ୍ରାଡିଶନାଲ ଆଉଟଫିଟ୍ରେ ଫଟୋସୁଟ କରିଥିଲେ । ଯାହାର କିଛି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ହେଲେ ତାଙ୍କର ଗୋଟିଏ ଫଟୋ ଦେଖି କନଫ୍ୟୁଜ ୟୁଜର୍ସ । ଯେଉଁଥିରେ ସାରା ଲେହେଙ୍ଗା-ଚୋଲି ପିନ୍ଧିଥିବାର ଦେଖାଯାଉଛନ୍ତି ।
ଏହି ଆଇସି ମିଣ୍ଟ ଆଉଟଫିଟ୍ରେ ସାରାଙ୍କ ବ୍ୟାକ ସମ୍ପୂର୍ଣ୍ଣ ଦେଖାଯାଉଛି । ଯାହାକୁ ଦେଖି ୟୁଜର୍ସ ଭିନ୍ନ ଭିନ୍ନ ପ୍ରଶ୍ନ ପଚାରିବା ଆରମ୍ଭ କରିଦେଇଛନ୍ତି । କିଛି ୟୁଜର୍ସ ଏହି ଆଉଟଫିଟ୍ର ମଜାକ ଉଡାଉଥିବା ବେଳେ ଆଉ କିଛି ସାରାଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି । ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି, ‘ଏହି ଡ୍ରେସ କିପରି ପିନ୍ଧିଲ ।’
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ଆନନ୍ଦ ଏଲ ରୟଙ୍କ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଅତରଙ୍ଗୀ ରେ’ରେ ନଜର ଆସିବେ ସାରା । ସାଉଥ ସୁପରଷ୍ଟାର ଧନୁଷ ଓ ଅକ୍ଷୟ କୁମାରଙ୍କ ସହ ଫିଲ୍ମରେ ରୋମାନ୍ସ କରିବେ ଅଭିନେତ୍ରୀ । ଜାନୁୟାରୀରେ ସୁଟିଂ ଶେଷ କରିଥିଲେ ସେ ।