ETV Bharat / sitara

‘ଦିଲ ବେଚାରା’ ନୁହେଁ ସଞ୍ଜନାଙ୍କ ଡେବ୍ୟୁ ଫିଲ୍ମ ! - ମୁକେଶ ଛାବଡାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଦିଲ ବେଚେରା’

ମୁକେଶ ଛାବରାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଦିଲ ବେଚାରା’ ଦେଖିବାକୁ ସମସ୍ତେ ବ୍ୟାକୁଳ। ସମସ୍ତଙ୍କ ଅପେକ୍ଷାର ଅନ୍ତ ଆଉ ରିଲିଜ ହୋଇଛି ସୁଶାନ୍ତଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ। ହେଲେ ଅଭିନେତ୍ରୀ ସଞ୍ଜନାଙ୍କୁ ନେଇ ସାମ୍ନାକୁ ଆସିଛି ନୂଆ ଖବର।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଞ୍ଜନା ସାଙ୍ଘୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଞ୍ଜନା ସାଙ୍ଘୀ
author img

By

Published : Jul 24, 2020, 8:28 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ ଆଜି(ଶୁକ୍ରବାର) ରିଲିଜ ହୋଇଛି। ଯାହାକୁ ନେଇ ଏକ୍ସାଇଟେଡ ଫ୍ୟାନ୍ସ। ଫିଲ୍ମରେ ସୁଶାନ୍ତଙ୍କ ସହ ନଜର ଆସିଛନ୍ତି ସଞ୍ଜନା ସାଙ୍ଘୀ । କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି ଯେ ଏହି ଫିଲ୍ମ ଜରିଆରେ ସଞ୍ଜନା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସମସ୍ତଙ୍କୁ ମଧ୍ୟ ଏହା ଲାଗୁଛି । ହେଲେ ‘ଦିଲ ବେଚାରା’ ସଞ୍ଜନାଙ୍କ ତୃତୀୟ ଫିଲ୍ମ । ତେବେ ଆସନ୍ତୁ ଜାଣିବା ସେ ପୂର୍ବରୁ କେଉଁ ଫିଲ୍ମରେ ଅଭିନୟ କରିସାରିଛନ୍ତି ।

କଥାଟି ହେଲା ଯେ ମାତ୍ର 13 ବର୍ଷ ବୟସରେ ସଞ୍ଜନା ଫେମସ ଆକ୍ଟର ରଣବୀର କପୁରଙ୍କ ଚର୍ଚ୍ଚିତ ଫିଲ୍ମ ‘ରକଷ୍ଟାର’ରେ ଅଭିନୟ କରିଥିଲେ। ‘ଦିଲ ବେଚାରା’ ନିର୍ଦ୍ଦେଶକ ମୁକେଶ ଛାବରା ନିର୍ମାତା ଇମତିଆଜ ଅଲ୍ଲୀଙ୍କ ଏହି ଫିଲ୍ମ ପାଇଁ ସଞ୍ଜନାଙ୍କୁ ଆପ୍ରୋଚ କରିଥିଲେ। ହେଲେ ସେ ନିର୍ଦ୍ଦେଶକ ରୂପେ ନିଜ ଡେବ୍ୟୁ ଫିଲ୍ମ ‘ଦିଲ ବେଚେରା’ରେ ସଞ୍ଜନାଙ୍କୁ ମୁଖ୍ୟ ଅଭିନେତ୍ରୀ ରୂପେ କାଷ୍ଟ କରିଥିଲେ।

ପ୍ରକାଶ ଥାଉକି ରକଷ୍ଟାରରେ ମୁଖ୍ୟ ଅଭିନେତ୍ରୀ ନର୍ଗିସ ଫାକରୀଙ୍କ ଭଉଣୀ ରୋଲରେ ଅଭିନୟ କରିଥିଲେ ସଞ୍ଜନା । ଏହାବ୍ୟତୀତ ସଞ୍ଜନା ଇରଫାନ ଖାନ ଓ ସବା କମରଙ୍କ ଫିଲ୍ମ ‘ହିନ୍ଦୀ ମିଡିୟମ’ରେ ମଧ୍ୟ ନଜର ଆସିସାରିଛନ୍ତି । ସେ ସବାଙ୍କ ପିଲାଦିନ ଭୂମିକାରେ ଅଭିନୟ କରିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.