ମୁମ୍ବାଇ: ବି-ଟାଉନର ସେକ୍ସୀ ଅଭିନେତ୍ରୀ ରିଚା ଚଡ୍ଡାଙ୍କ ଫ୍ୟାନ୍ସ ପାଇଁ ଗୁଡନ୍ୟୁଜ । ଯାହାକୁ ଶୁଣି ଖୁସି ହୋଇଯିବେ ସମସ୍ତେ । ଆଜ୍ଞା ହଁ, ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶାରିଙ୍କ ଦ୍ବାରା ଅଭିନେତ୍ରୀଙ୍କୁ ଭାରତ ରତ୍ନ ଡା. ଆମ୍ବେଦକର ପୁରସ୍କାରରେ ସମ୍ମାନିତ କରାଯାଇଛି । ଯାହାକୁ ନେଇ ତାଙ୍କ ଖୁସି ନକହିଲେ ସରେ । ନିକଟରେ ଇଜିପ୍ଟରେ ଏଲଗୁନା ଚଳଚ୍ଚିତ୍ର ମହୋତ୍ସବରେ ଅଂଶଗ୍ରହଣ କରିଥିବା ରିଚାଙ୍କୁ ଭାରତୀୟ ସିନେମାରେ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଖବର ଅନୁଯାୟୀ ମୁମ୍ବାଇର ରାଜ ଭବନରେ ରିଚାଙ୍କୁ ସମ୍ମାନିତ କରାଯାଇଛି ।
ଏହି ଅବସରରେ ଖୁସି ପ୍ରକାଶ କରି ରିଚା କହିଛନ୍ତି, ‘ଏହା ମୋ ପାଇଁ ଗୌରବର ବିଷୟ ଯାହା ମୁଁ ମୋର ହୃଦୟର ନିକଟତର କରିଛି । ଜଣେ ଅଭିନେତ୍ରୀଙ୍କ ପାଇଁ, ଯାହାର ବଲିଉଡରେ କୌଣସି ଗଡଫାଦର ନଥିଲେ ପ୍ରତ୍ୟେକ ସଫଳତା ମୂଲ୍ୟବାନ । ଏହି ପୁରସ୍କାର ମୋ ସ୍ବପ୍ନର ବିଶ୍ବାସକୁ ଦୋହରାଇଛି ।’
ପ୍ରକାଶ ଥାଉକି 2008ରେ ସହ-ଅଭିନେତ୍ରୀ ରୂପେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ରିଚା । ସେ ଫେମସ ନିର୍ମାତା ଅନୁରାଗ ବାସୁଙ୍କ ସୁପରଡୁପରହିଟ୍ ଫିଲ୍ମ ‘ଗ୍ୟାଙ୍ଗ ଅଫ ୱାସେପୁର’ରେ ନଜର ଆସିଥିଲେ । ଯାହାପରଠୁ ସେ ସଫଳତା ସିଡି ଚଢି ଚାଲିଥିଲେ । ଏଯାବତ ଦେଇସାରିଲେଣି ଅନେକ ଫିଲ୍ମ ।