ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ତାଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ନେଇ ଲଗାତାର ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସେହିପରି ସୁଶାନ୍ତଙ୍କ ଆତ୍ମହତ୍ୟା ଏବେ ମଧ୍ୟ ସମସ୍ତଙ୍କ ପାଇଁ ରହସ୍ୟମୟ ହୋଇ ରହିଛି । ଇଡି ଓ ସିବିଆଇ ତରଫରୁ ମାମଲାରେ ଯାଞ୍ଚ ଜାରି ଅଛି । ଏହି ସବୁ ଘଟଣାରେ ରିଆଙ୍କ କ୍ୟାରିୟରରେ କ୍ଷତି ଦେଖାଯାଉଛି । କାରଣ ଫେମସ ଫିଲ୍ମ ମେକର ଲୋମ ହର୍ଷ ନିକଟରେ କହିଥିଲେ ଯେ ରିଆଙ୍କ କ୍ୟାରିୟର ଏବେ ଆଉ ଫିଲ୍ମ ଇଣ୍ଡଷ୍ଟ୍ରିରେ ନାହିଁ ।
- " class="align-text-top noRightClick twitterSection" data="
">
ଇତିମଧ୍ୟରେ ରିଆଙ୍କୁ ନେଇ ଏକ ଥ୍ରୋବ୍ୟାକ ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି । ଭିଡିଓରେ ରିଆ ନିଜ ଅଭିନୀତ ଫିଲ୍ମ ‘ଜଲେବି’ର ପ୍ରମୋଶନ କରୁଥିବାର ନଜର ଆସୁଛନ୍ତି । ସେହିପରି ଫିଲ୍ମର ମୁଖ୍ୟ ଅଭିନେତା ବରୁଣ ଓ ନିର୍ମାତା ମହେଶ ଭଟ୍ଟ ଭିଡିଓରେ ଦେଖାଯାଉଛନ୍ତି । ହେଲେ ଭିଡିଓରେ ଏମିତି କିଛି ଆଶ୍ଚର୍ଯ୍ୟକର ଜିନିଷ ଦେଖି ପୁଣିଥରେ ରିଆଙ୍କୁ ସୋସିଆଲ ମିଡିଆରେ ଟାର୍ଗେଟ କରାଯାଉଛି ।
କଥାଟି ହେଲା ଯେ ରିଆଙ୍କ ହାତ ଧରି ମହେଶ ଭିଡିଓରେ ଠିଆ ହୋଇଥିବାର ଦେଖାଯାଉଛନ୍ତି । ଯାହାକୁ ଆଧାର କରି ଦୁଇଜଣଙ୍କ ସମ୍ପର୍କ ଉପରେ ପ୍ରଶ୍ନ କରାଯାଉଛି । ପ୍ରକାଶ ଥାଉକି ‘ଜଲେବି’ ପ୍ରମୋଶନ ସମୟରେ ରିଆ କହିଥିଲେ, ‘ଫିଲ୍ମ ସୁଟିଂ ପରେ ମୁଁ ଜୀବନ ପୁରା ବଦଳିଯାଇଛି । ପ୍ରେମର ପରିଭାଷା ପୂର୍ବରୁ ଭିନ୍ନ ଥିଲା ହେଲେ ଫିଲ୍ମ କରିବା ପରେ ଏହାକୁ ମୁଁ ପ୍ରେମର ପରିଭାଷା ଆଉ କିଛି ବୁଝିବାକୁ ପାଇଛି ।’