ETV Bharat / sitara

ରିୟାଙ୍କ କଲ୍ ରେକର୍ଡ ଖୁଲାସା, ଅନେକ କଳାକାରଙ୍କ ସହ ହୋଇଥିଲେ କଥା - ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ଫୋନ ରେକର୍ଡ

ସାମ୍ନାକୁ ଆସିଲା ରିଆଙ୍କୁ ନେଇ ନୂଆ ଖବର । ସେ ବଲିଉଡର ଫେମସ କଳାକାରଙ୍କ ସହ ସମ୍ପର୍କରେ ଥିଲେ । ଏହି ତାଲିକାରେ ଆମୀର ଖାନ ମଧ୍ୟ ସାମିଲ ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Aug 12, 2020, 1:10 PM IST

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କୁ ଦୁଇଥର ପଚରାଉଚରା କରିସାରିଲେଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତାଙ୍କ ଉପରେ ସୁଶାନ୍ତଙ୍କ ପିତା କେକେ ସିଂ ନିକଟରେ ମନି ଲଣ୍ଡରିଂ ଅଭିଯୋଗ ଲଗାଇ ବିହାରରେ ଏକ ଏଫଆଇଆର ରୁଜୁ କରିଥିଲେ । ଯାହାର ଦ୍ବିତୀୟ ଶୁଣାଣି ସୁପ୍ରିମକୋର୍ଟରେ ସୋମବାର ହୋଇଥିଲା । ଏହି ଶୁଣାଣିରେ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ସେପଟେ ରିଆଙ୍କ କଲ ରେକର୍ଡକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚା । ଯେଉଁଥିରେ ଅନେକ ସୂଚନା ସାମ୍ନାକୁ ଆସିଛି ।

ରିଆଙ୍କ କଲ ରେକର୍ଡରୁ ଜଣାପଡିଛି ଯେ ସେ ବଲିଉଡର ଅନେକ ସେଲିବ୍ରିଟିଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲେ । ସେ ସୁପରଷ୍ଟାର ଆମୀର ଖାନ, ଶ୍ରଦ୍ଧା କପୁର, ରାକୁଲ ପ୍ରୀତ ସିଂ, ଆଦିତ୍ୟ ରାୟ କପୁର, ରାଣା ଦଗ୍ଗୁବତୀ, ସନି ସିଂ ଓ ସ୍ବର୍ଗୀୟ କୋରିଓଗ୍ରାଫର ସରୋଜ ଖାନଙ୍କ ସମ୍ପର୍କରେ ଥିଲେ।

ପ୍ରକାଶ ଥାଉକି ଏହାବ୍ୟତୀତ ରିୟା ଏକ ବର୍ଷରେ କାହା କାହା ସହ କେତେଥର କଥାବାର୍ତ୍ତା କରିଛନ୍ତି ତାହା ମଧ୍ୟ ସାମ୍ନାକୁ ଆସିଯାଇଛି । ଖାଲି ଏତିକି ନୁହେଁ ତାଙ୍କ ହ୍ବାଟ୍ସଅପର ଚାଟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । କିଛି ଫଟୋରୁ ଜଣାପଡିଥିଲା ସୁଶାନ୍ତଙ୍କ ଖବର ଜାଣିବା ପାଇଁ ରିଆଙ୍କୁ ମେସେଜ କରିଥିଲେ ପିତା କେକେ ସିଂ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.