ETV Bharat / sitara

ସୁଶାନ୍ତଙ୍କ କେସ: ପୋଲିସ ସୁରକ୍ଷା ଲୋଡିଲେ ରିଆ - ପିତାଙ୍କ ଏକ ଭିଡିଓ ସେୟାର କରି ରିଆ ସୋସିଆଲ ମିଡିଆରେ ପୋଲିସ ସୁରକ୍ଷା ପାଇଁ ଅପିଲ କରିଛନ୍ତି

ପିତାଙ୍କ ଏକ ଭିଡିଓ ସେୟାର କରି ରିଆ ସୋସିଆଲ ମିଡିଆରେ ପୋଲିସ ସୁରକ୍ଷା ପାଇଁ ଅପିଲ କରିଛନ୍ତି । କହିଲେ ପରିବାର ପ୍ରତି ବିପଦ ଅଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Aug 27, 2020, 3:29 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ସିବିଆଇ ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ସମେତ 6 ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି । ଏବେ ଡ୍ରଗ୍ସ ଡିଲିଂ ମାମଲାରେ ରିଆଙ୍କ ନାମ ବାରମ୍ବାର ସାମ୍ନାକୁ ଆସିବାରେ ଲାଗିଛି । ସେହିପରି ଗୁରୁବାର ରିଆଙ୍କ ଘରେ ସିବିଆଇର ଗୋଟିଏ ଟିମ ପହଞ୍ଚି ପରିବାରକୁ ଜେରା କରିଛି । ଇତିମଧ୍ୟରେ ରିଆ ନିଜ ପିତା ଇନ୍ଦ୍ରଜିତ ଚକ୍ରବର୍ତ୍ତୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ମୁମ୍ବାଇ ପୋଲିସକୁ ସୁରକ୍ଷା ମାଗିଛନ୍ତି। କାରଣ ତାଙ୍କ 10 ବର୍ଷର ପୁରୁଣା ସିକ୍ୟୁରିଟି ଗାର୍ଡ ଉପରେ ଆକ୍ରମଣ ହୋଇଛି ।

ଭିଡିଓ ପୋଷ୍ଟ କରି ରିଆ ଲେଖିଛନ୍ତି, ‘ଏହା ମୋ ବିଲ୍ଡିଂ କମ୍ପାଉଣ୍ଡ ଭିତରର ଭିଡିଓ । ଯେଉଁ ବ୍ୟକ୍ତି ଏହି ଭିଡିଓରେ ନଜର ଆସୁଛନ୍ତି ସେ ମୋ ପିତା ଇନ୍ଦ୍ରଜିତ ତଥା ଅବସରପ୍ରାପ୍ତ ଆର୍ମୀ ଅଫିସର । ଆମେ ଇଡି, ସିବିଆଇ ଓ ଅନେକ ତଦନ୍ତକାରୀ ସଂସ୍ଥାକୁ ସହଯୋଗ କରିବା ପାଇଁ ନିଜ ଘରୁ ବାହାରକୁ ବାହାରିବାକୁ ଚେଷ୍ଟା କରୁଛୁ । ମତେ ଆଉ ମୋ ପରିବାର ପ୍ରତି ବିପଦ ଅଛି । ଯାହା ବିଷୟରେ ଆମେ ସ୍ଥାନୀୟ ପୋଲିସ ଷ୍ଟେସନରେ ସୂଚନା ଦେଇସାରିଛୁ । ଆଉ ସେଠାକୁ ଯାଇଥିଲୁ ମଧ୍ୟ । ହେଲେ ଆମକୁ ପୋଲିସରୁ କୌଣସି ସାହାଯ୍ୟ ମିଳିନାହିଁ । ଆମେ ଇନଭେଷ୍ଟିଗେଶନ ଅଥରିଟିଙ୍କୁ ଏହା ବିଷୟରେ ଜଣାଇ ସାରିଲୁଣି । ଏଯାବତ କୌଣସି ସାହାଯ୍ୟ ମିଳିନାହିଁ । ମୁଁ ଆଉ ମୋ ପରିବାର କିପରି ଜୀବନ ବିତାଇବୁ । ମୁଁ ମୁମ୍ବାଇ ପୋଲିସକୁ ଅନୁରୋଧ କରୁଛି ଆମକୁ ସୁରକ୍ଷା ଦିଆଯାଉ । ଯାହାଦ୍ବାରା ଆମେ ସେହି ସବୁ ଯାଞ୍ଚ ଏଜେନ୍ସିକୁ ସହଯୋଗ କରିପାରିବୁ । #safetyformyfamily । କୋଭିଡ 19 ସମୟରେ ଏହି ମୌଳିକ ଆଇନ ଏବଂ ଆଦେଶ ପ୍ରତିବନ୍ଧକ ମିଳିବା ଦରକାର । ଧନ୍ୟବାଦ ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.