ETV Bharat / sitara

‘ଚେହରେ’ରୁ ରିଆଙ୍କୁ ବୟକଟ୍ କରିବା ଦାବି, ଜବାବ ରଖିଲେ ନିର୍ମାତା

author img

By

Published : Mar 22, 2021, 11:01 AM IST

ଏପ୍ରିଲ 19ରେ ରିଲିଜ ହେବ ମଲ୍ଟି ଷ୍ଟାରର ଫିଲ୍ମ ‘ଚେହରେ’ । ଯେଉଁଥିରେ ନଜର ଆସିବେ ରିଆ । ହେଲେ ଫିଲ୍ମ ବୟକଟ୍ ଉପରେ ପ୍ରତିକ୍ରିୟା ରଖିଲେ ନିର୍ମାତା ଅଶୋକ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ନିର୍ଦ୍ଦେଶକ ରୁମି ଜାଫରୀଙ୍କ ନିର୍ଦ୍ଦେଶିତ ‘ଚେହରେ’ ଏମିତି ଏକ ଫିଲ୍ମ ଯାହା ଉପରେ ଗତ ବର୍ଷରୁ ଆଇନ ସମସ୍ୟାରେ ରହି ଆସୁଥିବା ରିଆ ଚକ୍ରବର୍ତ୍ତୀଙ୍କ ଭାଗ୍ୟ ନିର୍ଭର କରୁଛି । ସେ ପୁଣିଥରେ ବଲିଉଡକୁ ଫେରିବେ କି ନାହିଁ ଏହି ଫିଲ୍ମ ଦ୍ବାରା ଜଣାପଡିବ । ହେଲେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ସେ ସମସ୍ୟା ଘେରରେ ରହିଆସୁଛନ୍ତି । ତାଙ୍କୁ ବୟକଟ୍ କରିବାକୁ ଜିଦ୍ ଧରିଛନ୍ତି ଫ୍ୟାନ୍ସ । ଏମିତି ପରିସ୍ଥିତରେ ଆଶଙ୍କା ଅଛି ଯେ ଅମିତାଭ ବଚ୍ଚନ ଓ ଇମ୍ରାନ ହାସମୀଙ୍କ ଫିଲ୍ମ ‘ଚେହରେ’କୁ ଦର୍ଶକ ବୟକଟ ନକରିଦିଅନ୍ତୁ ।

ବର୍ତ୍ତମାନ ଏହି କଳ୍ପନାଜଳ୍ପନା ମଧ୍ୟରେ ଚେହରେ ନିର୍ମାତା ଅଶୋକ ପଣ୍ଡିତ, ରିଆଙ୍କ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି । ଖାଲି ଏତିକି ନୁହେଁ ସେ ଏକା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଅଭିନେତ୍ରୀ ଫିଲ୍ମର ମୁଖ୍ୟ ଅଂଶ ମଧ୍ୟ । ଆଉ କହିଛନ୍ତି, ‘ଫିଲ୍ମ କଦାପି ବୟକଟ୍ ହେବନାହିଁ । ଆପଣ ୟୁଟ୍ୟୁବ ଦେଖିନିଅନ୍ତୁ ଆମେ ସେଠାରେ ଟ୍ରେଲର ଅପଲୋଡ କରିଛୁ । କିଛି କମେଣ୍ଟରେ ଆପଣ ଦେଖିଥିବେ ଫିଲ୍ମ ବୟକଟ କଥା କୁହାଯାଇଥିବ । କାରଣ ସବୁ ଜିନିଷକୁ ନେଇ ନେଗେଟିଭ ରହିଥାଏ । ଯାହା ସାମାନ୍ୟ କଥା ।’

ପ୍ରକାଶ ଥାଉକି ନିକଟରେ ଫିଲ୍ମର ନୂଆ ପୋଷ୍ଟରରୁ ରିଆଙ୍କୁ ହଟାଇ ଦେଇଥିଲେ ମେକର୍ସ । ହେଲେ ଟ୍ରେଲରରେ ତାଙ୍କ ଝଲକ ଦେଖିବାକୁ ମିଳିଥିଲା । ଏପ୍ରିଲ 19ରେ ରିଲିଜ ହେବାକୁ ଯାଉଛି ଫିଲ୍ମ । ରିଲିଜ ପରେ ଜଣାପଡିବ ଫିଲ୍ମରେ ରିଆ ଅଛନ୍ତି କି ନାହିଁନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.