ETV Bharat / sitara

ବଲିଉଡରେ ମିଳୁନି କାମ, ସାଉଥ ଇଣ୍ଡଷ୍ଟ୍ରି ମୁହାଁ ରିଆ

author img

By

Published : May 3, 2021, 1:56 PM IST

ରିଆଙ୍କୁ ନେଇ ସାମ୍ନାକୁ ଆସିଲା ନୂଆ ଖବର । ବଲିଉଡ ନୁହେଁ ଏଥର ସାଉଥ ଫିଲ୍ମରେ ଆସିବେ ନଜର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଆ ଚକ୍ରବର୍ତ୍ତୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଆ ଚକ୍ରବର୍ତ୍ତୀ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ତାଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ବହୁତ ସମସ୍ୟା ସହିବାକୁ ପଡୁଛି । ପ୍ରଥମେ ସୁଶାନ୍ତଙ୍କ ଆତ୍ମହତ୍ୟାରେ ତାଙ୍କ ହାତ ଥିବା କଥା ସାମ୍ନାକୁ ଆସିଥିଲା । ଏହାପରେ ସୁଶାନ୍ତଙ୍କ ମୃତ୍ୟୁ ସହ ସମ୍ପୃକ୍ତ ଥିବା ବଲିଉଡ ଡ୍ରଗ କେସରେ ମଧ୍ୟ ସେ ଏକ ମାସ ଜେଲରେ ରହିସାରିଛନ୍ତି । ଆଉ ଏବେ ତାଙ୍କୁ କୌଣସି ଫିଲ୍ମରେ ଅଭିନୟର ସୁଯୋଗ ମିଳୁନାହିଁ । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି।

ରିପୋର୍ଟ ଅନୁଯାୟୀ ରିଆ ବର୍ତ୍ତମାନ ହାଇଦ୍ରାବାଦରେ ଅଛନ୍ତି । ସେପଟେ ଜଣେ ସାଉଥ ଆକ୍ଟର କହିଛନ୍ତି, ରିଆ ସୁନ୍ଦରୀ ଅଭିନେତ୍ରୀ, ସେ ଟ୍ୟାଲେଣ୍ଟେଡ ମଧ୍ୟ । ତାଙ୍କ ବ୍ୟକ୍ତିଗତ ଜୀବନରେ ଆମ ପଶିବାକୁ ଚାହୁଁନାହୁଁ । ତେଲୁଗୁ ଇଣ୍ଡଷ୍ଟ୍ରିରେ କୌଣସି ସେଲିବ୍ରିଟି କାହାରି ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରନ୍ତିନାହିଁ। ତେଣୁ ଆମେ ତାଙ୍କୁ ଟଲିଉଡ ଇଣ୍ଡଷ୍ଟ୍ରିରେ ସ୍ବାଗତ ଜଣାଉଛି । ଆଉ ଆଶା କରୁଛୁ ସେ ଅଧିକ ଫିସ୍ ଚାର୍ଜ କରିବେ ନାହୁଁ । ଯେମିତି ଅନ୍ୟ ବଲିଉଡ ଷ୍ଟାର୍ସ କରନ୍ତି ।’

ପ୍ରକାଶ ଥାଉକି ରିଆ ପ୍ରଥମେ ନିଜ ଅଭିନୟ କ୍ୟାରିୟର ତେଲୁଗୁ ଫିଲ୍ମରୁ ଆରମ୍ଭ କରିଥିଲେ । 2012ରେ ରିଲିଜ ହୋଇଥିବା ଫିଲ୍ମ ‘ତୁନୀଗା ତୁନୀଗା’ ତାଙ୍କ ଡେବ୍ୟୁ ଫିଲ୍ମ ଥିଲା । ଏହାପରେ ସେ 2013ରେ ଆସିଥିବା ହିନ୍ଦୀ ଫିଲ୍ମ ‘ମେରେ ଡ୍ୟାଡ କି ମାରୁତି’ରେ ଅଭିନୟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.