ETV Bharat / sitara

ରିଆ ଓ ତାଙ୍କ ପରିବାରକୁ ମିଳିନି ସିବିଆଇର ସମନ: ଓକିଲ

ଶୁଣିବାକୁ ମିଳୁଥିଲା ଯେ ସିବିଆଇ ରିଆ ସହ ତାଙ୍କ ପୁରା ପରିବାରକୁ ଜେରା କରିବ । ଯାହାପାଇଁ ରିଆଙ୍କ ଘରକୁ ସମନ ପଠାଯାଇଛି । କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ତାଙ୍କ ଓକିଲ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Aug 24, 2020, 5:07 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ସିବିଆଇ କଡା ଯାଞ୍ଚ କରୁଛି । ଇତିମଧ୍ୟରେ ଖବର ସାମ୍ନାକୁ ଆସିଛି ଯେ ସିବିଆଇ ପଚରାଉଚରା ପାଇଁ ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ସହ ପିତା ଇନ୍ଦ୍ରଜିତ ଓ ଶୋଭିକ ଚକ୍ରବର୍ତ୍ତୀଙ୍କୁ ସମନ ପଠାଇଥିଲା । ହେଲେ ଅନ୍ୟପଟେ ରିଆଙ୍କ ଓକିଲ ସତୀଶ ମାନସିନ୍ଦେ ଏହାକୁ ଖଣ୍ଡନ କରି ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ଅନୁଯାୟୀ ସିବିଆଇ ପକ୍ଷରୁ ରିଆ ଓ ତାଙ୍କ ପରିବାରକୁ କୌଣସି ସମନ ମିଳିନାହିଁ ।

ପ୍ରକାଶ ଥାଉକି ରବିବାର କିଛି ରିପୋର୍ଟରେ କୁହାଯାଇଥିଲା ଯେ ସିବିଆଇ ତରଫରୁ ରିଆଙ୍କ ପରିବାରକୁ ସମନ ପଠାଯାଇଛି । ସୁଶାନ୍ତଙ୍କ କେସ ଯାଞ୍ଚରେ ସିବିଆଇ ରିଆଙ୍କ ଠାରୁ ସବୁ ଡିଟେଲ୍ସ ଶୁଣିବାକୁ ଚାହୁଁଚନ୍ତି । ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ରିଆଙ୍କ ଲିଗାଲ ଟିମ ଏହାକୁ ଖଣ୍ଡନ କରିଛନ୍ତି ।

  • Rhea Chakraborty and her family have not received any summons from the Central Bureau of Investigation, so far. If they receive a summon, they will appear before the agency: Satish Maneshinde, lawyer of actor Rhea Chakraborty#SushantSinghRajput

    — ANI (@ANI) August 24, 2020 " class="align-text-top noRightClick twitterSection" data=" ">

ସେହିପରି ତାଙ୍କ ଓକିଲ ସତୀଶ ଏକ ବୟାନରେ କହିଥିଲେ, ‘ପ୍ରିୟ ବନ୍ଧୁ ରିଆ ଓ ତାଙ୍କ ପରିବାରକୁ ପଚରାଉଚରା ପାଇଁ ଏଯାବତ ସିବିଆଇ ତରଫରୁ କୌଣସି ସମନ ମିଳିନାହିଁ । ଆମକୁ କୌଣସି ସୂଚନା ମିଳିନାହିଁ । ସମନ ମିଳିଲେ ଆଇନ ନିୟମ ପାଳନ କରି ପୁରା ପରିବାର ସିବିଆଇ ସାମ୍ନାରେ ଉପସ୍ଥିତ ହେବେ । ଯେମିତି ପୂର୍ବରୁ ମୁମ୍ବାଇ ପୋଲିସ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ମୁଖରେ ଉପସ୍ଥିତ ହୋଇଥିଲେ ।’

ଇଟିଭି ଭାରତ ବ୍ୟୁରୋ, ରିପୋର୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.