ମୁମ୍ବାଇ: ଯେବେଠୁ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଛନ୍ତି ସେହି ସମୟଠୁ ତାଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ହୁଏତଃ ଏହା ପୂର୍ବରୁ ରିଆ କେବେ ମଧ୍ୟ ଏତେ କଣ୍ଟ୍ରୋଭର୍ସିରେ ଆସିନଥିବେ । ଆଜି ରିଆ 28 ବର୍ଷରେ ପଦାର୍ପଣ କରିଛନ୍ତି । ହେଲେ ସୁଶାନ୍ତଙ୍କ ମୃତ୍ୟୁରେ ଭାଙ୍ଗି ପଡିଥିବା ରିଆ ଏଥର ନିଜର ଜନ୍ମଦିନ ପାଳନ ନକରିପାରନ୍ତି । କିନ୍ତୁ ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଖାସ୍ କଥା...
ରିଆ ନିଜ ଫିଲ୍ମ କ୍ୟାରିୟର 2009ରେ ଛୋଟ ପରଦାରେ ଏମଟିଭି ରିୟାଲିଟି ଶୋ ‘ଟିଭିଏସ ସ୍କୁଟି ଟେନ ଡିଭା’ ଜରିଆରେ କରିଥିଲେ। ସେ ଏହି ଶୋର ବିଜେତା ହୋଇନଥିଲେ ହେଲେ ରନରଅପ ସାଜିଥିଲେ । ଏହାପରେ ସେ ଏମଟିଭିର ଅନେକ ଶୋର ହୋଷ୍ଟ କରିଥିଲେ ।
ସେ ‘ବ୍ୟାଣ୍ଡ ବାଜା ବାରତ’ ଫିଲ୍ମ ପାଇଁ ଅଡିଶନ ଦେଇଥିଲେ । ହେଲେ ତାଙ୍କୁ ରିଜେକ୍ଟ କରାଯାଇଥିଲେ । ଏହା ସେହି ଫିଲ୍ମ ଯେଉଁଥିରେ ଅନୁଷ୍କା ଶର୍ମା ଓ ରଣବୀର ସିଂ ନଜର ଆସିଥିଲେ । ରିଆ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହ ମ୍ୟୁଜିକ ଆଲବମ ‘ଓଏ ହିରିୟେ’ରେ ମଧ୍ୟ ନଜର ଆସିସାରିଛନ୍ତି ।
ସୁଶାନ୍ତଙ୍କ ପୂର୍ବରୁ ରିଆଙ୍କ ନାମ ହ୍ୟାଣ୍ଡସମ ଆକ୍ଟର ଆଦିତ୍ୟ ରାୟ କପୁରଙ୍କ ସହ ଯୋଡା ଯାଇଥିଲା । ଦୁଇଜଣଙ୍କୁ ପ୍ରାୟତଃ ଅନେକ ଇଭେଣ୍ଟରେ ଏକାଠି ଦେଖିବାକୁ ମଧ୍ୟ ମିଳିଥିଲା । ଚର୍ଚ୍ଚାର ଜୋର ଧରିଥିଲା ଯେ ରିଆ ଓ ଆଦିତ୍ୟ ପରସ୍ପରକୁ ଡେଟ କରୁଛନ୍ତି ।
ରିଆ ବଲିଉଡରେ ଫିଲ୍ମ ‘ମେରେ ଡ୍ୟାଡ କି ମାରୁତୀ’ ଜରିଆରେ ଡେବ୍ୟୁ କରିଥିଲେ । ସେହିପରି ସେ 2012ରେ ତେଲୁଗୁ ଫିଲ୍ମ ‘ତୁନେଗା-ତୁନେଗା’ ଜରିଆରେ ସାଉଥ ଇଣ୍ଡଷ୍ଟ୍ରିରେ ସେ ଡେବ୍ୟୁ କରିଥିଲେ । ଏହାପରେ ସେ ହିନ୍ଦୀ ଫିଲ୍ମ ‘ସୋନାଲୀ କେବଲ’ରେ ଅଭିନୟ କରିଥିଲେ ।
ପ୍ରକାଶ ଥାଉକି ସେ ମହେଶ ଭଟ୍ଟଙ୍କ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଜଲେବି’ରୁ ଫେମସ ହୋଇଥିଲେ । ହେଲେ ସୁଶାନ୍ତଙ୍କ ମୃତ୍ୟୁରେ ତାଙ୍କ ସହ ମହେଶଙ୍କ ନାମ ଯୋଡା ଯାଇ ତାଙ୍କୁ ଟ୍ରୋଲ କରାଯାଉଛି । ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ବାନ୍ଦ୍ରା ପୋଲିସ ରିଆଙ୍କ ବୟାନ ରେକର୍ଡ କରିସାରିଛି । ଯେଉଁଥିରେ ରିଆ କହିଥିଲେ ସେ ଦୁଇଜଣ ଏବର୍ଷ ନଭେମ୍ବରରେ ବିବାହ କରିବାର ପ୍ଲାନିଂ କରୁଥିଲେ ।