ETV Bharat / sitara

ସମ୍ପର୍କୀୟଙ୍କୁ ହରାଇ ଭାବବିହ୍ବଳ ରିଆ

author img

By

Published : May 8, 2021, 10:54 AM IST

ରିଆଙ୍କୁ ନେଇ ସାମ୍ନାକୁ ଆସିଲା ଆଉ ଏକ ଖବର । କୋରୋନାରେ ଚାଲିଗଲା ତାଙ୍କ ସମ୍ପର୍କୀୟଙ୍କ ଜୀବନ । ଅଧିକ ପଢନ୍ତୁ...

ସମ୍ପର୍କୀୟଙ୍କୁ ହରାଇ ଭାବବିହ୍ବଳ ରିଆ
ସମ୍ପର୍କୀୟଙ୍କୁ ହରାଇ ଭାବବିହ୍ବଳ ରିଆ

ମୁମ୍ବାଇ: ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଘରେ ଶୋକର ଛାୟା । କୋରୋନାର ଏହି ଘଡିସନ୍ଧି ମୁହୂର୍ତ୍ତରେ ହରାଇଲେ ନିଜ ଅଙ୍କଲ କର୍ଣ୍ଣେଲ ଏସ ସୁରେଶ କୁମାର ଭିଏସଏମଙ୍କୁ । ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ଅଭିନେତ୍ରୀ।

କୋରୋନା ସମସ୍ୟା ହେତୁ ଗତ 1 ତାରିଖରେ ସୁରେଶଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ସମୟରେ ସେ ମାତ୍ର 52 ବର୍ଷ ବୟସ ହୋଇଥିଲା। ସେପଟେ ଏହି ଦୁଃଖ ଘଟଣା ସମସ୍ତଙ୍କୁ ଜଣାଇ ରିଆ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ବିଷୟରେ ଅଧିକ ବିବରଣୀ ସେୟାର କରିଥିଲେ । କର୍ଣ୍ଣେଲ ସୁରେଶ ଜଣେ ଜଣାଶୁଣା ଅର୍ଥୋପେଡିକ୍ ସର୍ଜନ ଯିଏ ଦୀର୍ଘ ବର୍ଷ ଧରି ଦେଶ ସେବା କରିଆସୁଥିଲେ ବୋଲି ସେ ନୋଟ୍‌ରେ ଲେଖିଥିଲେ ।

ରିଆ ଶୁକ୍ରବାର ଅଙ୍କଲଙ୍କ ଫଟୋ ପୋଷ୍ଟ କରି ଲେଖିଥିଲେ, ‘କର୍ଣ୍ଣେଲ ଏସ୍ ସୁରେଶ କୁମାର ଭିଏସ୍ଏମ୍ ଜଣେ ଜଣାଶୁଣା ଅର୍ଥୋପେଡିକ୍ ସର୍ଜନ, ସଜ୍ଜିତ ଅଧିକାରୀ, ସ୍ନେହୀ ପିତା ଏବଂ ଜଣେ ଚମତ୍କାର ମଣିଷ । କୋଭିଡ ତୁମକୁ ଆମ ଠାରୁ ନେଇଗଲା । ସୁରେଶ ଅଙ୍କଲ, ତୁମେ ବାସ୍ତବ ଜୀବନର ହିରୋ ଥିଲ । ମୁଁ ତମଙ୍କୁ ନମସ୍କାର କରୁଛି । ଭଗବାନ ତୁମ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ । ଅନ୍ୟମାନଙ୍କୁ ଅନୁରୋଧ କରୁଛି ଦୟାକରି ଘରେ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ, କୋଭିଡକୁ ଭଲ କିମ୍ବା ଖରାପ ଦେଖନ୍ତୁ ନାହିଁ ।’

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.