ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ବାରମ୍ବାର ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ନାମ ସାମ୍ନାକୁ ଆସୁଛି । ସେପଟେ ଗୁରୁବାର ସେ ଏକ ନ୍ୟୁଜ ଚ୍ୟାନେଲକୁ ବୟାନ ଦେଇ ପୁଣି ଚର୍ଚ୍ଚାରେ । ସେ ସୁଶାନ୍ତଙ୍କୁ ନେଇ ଅନେକ ବିଷୟରେ ଖୁଲାସା କରିଥିଲେ । ନିକଟରେ ସୁଶାନ୍ତଙ୍କ ପିତା କେକେ ସିଂ, ରିଆଙ୍କ ଉପରେ ମନି ଲଣ୍ଡରିଂ ଅଭିଯୋଗ ଆଣିଥିଲେ । ଯାହାର ଯାଞ୍ଚ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରୁଛନ୍ତି । ଶୁକ୍ରବାର ରିଆଙ୍କୁ ଡିଆରଡିଓ ଗେଷ୍ଟ ହାଉସ ମଧ୍ୟ ଡକାଯାଇଥିଲା ବୟାନ ରେକର୍ଡ କରାଯିବା ପାଇଁ ।
ପ୍ରକାଶ ଥାଉକି ରିଆଙ୍କ ଓ ସୁଶାନ୍ତଙ୍କ ନିଜର ଆଗାମୀ ଫିଲ୍ମ ପାଇଁ 15 କୋଟି ଟଙ୍କା ଦେବା କଥା ନିର୍ଦ୍ଦେଶକ ରୁମୀ ଜାଫରୀ ଏକ ସାକ୍ଷାତକାରରେ କହିଛନ୍ତି । ଯାହାକୁ ନେଇ ପୁଣି ଚର୍ଚ୍ଚା ।
ରୁମୀ କହିଛନ୍ତି, ‘ବାସୁ ଭଗନାନୀଙ୍କ ପ୍ରଯୋଜନାରେ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମରେ ଏକାଠି କାମ କରିଥାଆନ୍ତେ ରିଆ ଓ ସୁଶାନ୍ତ । ଫିଲ୍ମକୁ ନେଇ ଉତ୍ସାହିତ ଥିଲେ ସୁଶାନ୍ତ । ଆଉ ଫିସ୍ ରୂପେ ଦୁଇଜଣଙ୍କୁ 15 କୋଟି ଟଙ୍କା ମିଳିଥାଆନ୍ତା । ଏହି ଫିଲ୍ମ ପାଇଁ ମୁଁ ସୁଶାନ୍ତଙ୍କ ସହ ଗତ ଏବର୍ଷରୁ କଥାବାର୍ତ୍ତା କରିଆସୁଥିଲି । ସେ ମୋ ଘରକୁ ମଧ୍ୟ ଅନେକଥର ଆସିଥିଲେ । ଆଜ୍ଞା ହଁ, ଫିଲ୍ମର କାହାଣୀ ନର୍ଥ ଇଣ୍ଡିଆର ପୃଷ୍ଠଭୂମିକୁ ନେଇ ଆଧାରିତ ହୋଇଥାଆନ୍ତା । ଆମେ ଏକାଠି ମିଶି ଲୋକେସନ ମଧ୍ୟ ବାଛିଥିଲୁ । ହେଲେ ଲକଡାଉନ ପାଇଁ ସବୁ କାର୍ଯ୍ୟ ବନ୍ଦ ହୋଇଯାଇଥିଲା ।
ପ୍ରକାଶ ଥାଉକି ସାକ୍ଷାତକାର ପୂର୍ବରୁ ରୁମୀ ମୁମ୍ବାଇ ପୋଲିସରେ ମଧ୍ୟ ନିଜ ବୟାନ ଦେଇସାରିଛନ୍ତି । ସେ ଫିଲ୍ମ ବିଷୟରେ ଅନେକ କଥା କହିଥିଲେ । ଏହାସହ ସେ ସୁଶାନ୍ତଙ୍କ ଡିପ୍ରେସନ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ।