ETV Bharat / sitara

କୋରୋନା ସଚେତନା ବାର୍ତ୍ତା ବାଣ୍ଟିଲେ ରବୀନା - କୋରୋନା ସଚେତନା ବାର୍ତ୍ତା ବାଣ୍ଟିଛନ୍ତି ରବୀନା ଟଣ୍ଡନ

ଭାଇରାଲ ହେଲା ରବୀନାଙ୍କ ଏକ ଥ୍ରୋବ୍ୟାକ ଭିଡିଓ । ଯାହା ଜରିଆରେ ସେ ଦେଶବାସୀଙ୍କୁ କୋରୋନା ସହ ଲଢିବାକୁ ସଚେତନା ବାର୍ତ୍ତା ଦେଇଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରବୀନା ଟଣ୍ଡନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରବୀନା ଟଣ୍ଡନ
author img

By

Published : Apr 3, 2021, 7:24 AM IST

ମୁମ୍ବାଇ: କମିବାର ନାଁ ନେଉନି କୋରୋନା । ବଢିଚାଲିଛି ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା । ସାଧାରଣ ଜନତାଠୁ ନେଇ ସେଲିବ୍ରିଟି ମଧ୍ୟ ଏହି ସଂକ୍ରମଣରେ ସଂକ୍ରମିତ ହେବାରେ ଲାଗିଛନ୍ତି । ଗତ କିଛି ଦିନ ମଧ୍ୟରେ କୋରୋନା ସଂଖ୍ୟା ଅଧିକ ବଢିଯାଉଛି । ଆଉ ଯେଉଁଥିରେ ସଂକ୍ରମିତ ହୋଇଛନ୍ତି ଅଧିକରୁ ଅଧିକ ସେଲିବ୍ରିଟି । ଇତିମଧ୍ୟରେ କୋରୋନା ସଚେତନା ବାର୍ତ୍ତା ବାଣ୍ଟିଛନ୍ତି ରବୀନା ଟଣ୍ଡନ ।

ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଫ୍ଲାଇଟରେ ବସିଥିବା ନିଜ ସିଟକୁ ସାନିଇଟାଇଜର କରୁଥିବାର ଦେଖାଯାଉଛନ୍ତି । ସେହିପରି ସେ ମାସ୍କ, ଫେସ ସିଲ୍ଡ ଓ ହ୍ୟାଣ୍ଡ ଗ୍ଲୋବ ପିନ୍ଧିଥିବାର ନଜର ଆସୁଛନ୍ତି । ତାଙ୍କର ଏହି ଭିଡିଓଟି ଗତ ବର୍ଷର ।

ହେଲେ ଏହାକୁ ସେୟାର କରି ସେ ଫ୍ୟାନ୍ସଙ୍କୁ କୋରୋନା ସହ ଲଢିବାକୁ କହିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ‘ଥ୍ରୋବ୍ୟାକ ଡିସେମ୍ବର 2020 । କୋରୋନା ସମୟରେ ଯାତ୍ରା। ଦୟା କରି ମାସ୍କ ପିନ୍ଧନ୍ତୁ, କାରଣ ଭାରତରେ ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଆସନ୍ତୁ ଆମେ ନିଜ ସୁରକ୍ଷା ଏବଂ ଅନ୍ୟମାନଙ୍କ ସୁରକ୍ଷା ପାଇଁ ଯତ୍ନବାନ ହେବା । ଆପଣ କେବଳ ଏକ ବାହକ ହୋଇପାରନ୍ତି ତେଣୁ ଦୟାକରି ଲୋକଙ୍କ ଚାରିପାଖରେ ସତର୍କ ରୁହନ୍ତୁ ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.