ETV Bharat / sitara

ନିଜ ରେସ୍ତୋରାଁରେ ଗୁପ୍‌ଚୁପ୍‌ ଖାଇଲେ ପ୍ରିୟଙ୍କା - ବନ୍ଧୁଙ୍କ ସହ ଗୁପ୍‌ଚୁପ୍‌ ଖାଇଲେ ପ୍ରିୟଙ୍କା ଚୋପ୍ରା

ବିଦେଶରେ ପ୍ରିୟଙ୍କାଙ୍କ ଦେଶୀ ରେସ୍ତୋରାଁ । ଯେଉଁଠାରେ ବୁଲି ବନ୍ଧୁଙ୍କ ସହ ଗୁପ୍‌ଚୁପ୍‌ ଖାଇଲେ ଅଭିନେତ୍ରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା

author img

By

Published : Jun 28, 2021, 12:26 PM IST

ମୁମ୍ବାଇ: ବଲିଉଡରୁ ନେଇ ହଲିଉଡରେ ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦେଶୀ ଗାର୍ଲ ପ୍ରିୟାଙ୍କା ଚୋପ୍ରାଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକ ନାହିଁ । କାରଣ ତାଙ୍କ ନାଁ ହି ତାଙ୍କ ପରିଚୟ । ଫିଲ୍ମ ବ୍ୟତୀତ ନିକଟରେ ପ୍ରିୟଙ୍କା ନ୍ୟୁୟର୍କରେ ଏକ ସୁନ୍ଦର ରେସ୍ତୋରାଁ ଖୋଲିଥିଲେ । ଯାହାର ନାଁ ସେ ସୋନା ରଖିଛନ୍ତି । ଆଉ ଏହି ରେସ୍ତୋରାଁରେ ମିଳୁଛି ଭାରତୀୟ ଭୋଜନ ।

ସେହିପରି ରେସ୍ତୋରାଁ ଖୋଲିବା ପରେ ପ୍ରିୟଙ୍କା ପ୍ରଥମଥର ରେସ୍ତୋରାଁ ବୁଲିବାକୁ ଯାଇଥିଲେ । ଆଉ ଯେଉଁଠାରେ ସେ ନିଜ କିଛି ବନ୍ଧୁଙ୍କ ସହ ଗୁପ୍‌ଚୁପ୍‌ର ମଜା ନେଉଥିବାର ନଜର ଆସିଛନ୍ତି । ଯାହାର କିଛି ଫଟୋ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ସେହିପରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ମୁଁ ବିଶ୍ବାସ କରିପାରିବି ନାହିଁ ଯେ ମୁଁ ଶେଷରେ ସୋନାରେ ଅଛି | ମୋର ତିନି ବର୍ଷର ଯୋଜନା କରିବାର ଫଳ ମୁଁ ଦେଖିବାକୁ ସକ୍ଷମ ଅଟେ । ସୋନାର ଦଳକୁ ଭେଟିବା ପାଇଁ ରୋଷେଇ ଘରକୁ ଯାଇ ମୋର ହୃଦୟ ଖୁସିରେ ଭରିଗଲା, ଯିଏ ଏହି ଅଭିଜ୍ଞତାକୁ ବହୁତ ମଜାଳିଆ କଲେ । ଡାଇନିଂ ରୁମ ମିମି ଠାରୁ ଆରମ୍ଭ କରି ଚମତ୍କାର ଡିଜାଇନ, ବିକ୍ରି ହେଉଥିବା ଭାରତୀୟ ସୁସ୍ବାଦୁ ଖାଦ୍ୟ ଏବଂ ପାନୀୟ, ସବୁ ଜିନିଷର ଅନୁଭୂତି ଚମତ୍କାର ଏବଂ ଅନନ୍ୟ । ଏହା ନ୍ୟୁୟର୍କ ସହରର କେନ୍ଦ୍ରରେ ଅଛି ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.