ମୁମ୍ବାଇ: ନିକଟରେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଲେଖିତ ଅଟୋବାୟୋଗ୍ରାଫି ‘ଅନଫିନିସଡ୍’ ପ୍ରକାଶିତ ହୋଇଥିଲା । ଯାହାକୁ ନେଇ ତାଙ୍କ ଖୁସି ନକହିଲେ ସରେ । ଏହି ବହିରେ ନିଜ ଜୀବନର ସବୁ କିଛି ଲେଖିଛନ୍ତି ଅଭିନେତ୍ରୀ । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ନିଜ ଖାସ୍ ବନ୍ଧୁ ତଥା ସୁପରଷ୍ଟାର ହ୍ରିତିକ ରୋଶନଙ୍କୁ ନିଜ ବହିର ଏକ କପି ପଠାଇଥିଲେ ସେ । ଆଉ ଯାହାକୁ ଖୁସିରେ ଗ୍ରହଣ କରି ହ୍ରିତିକ ତାଙ୍କ ପ୍ରଶଂସା କରିଛନ୍ତି । ଏହି ଯୋଡି 2006ରେ ଆସିଥିବା ରୋମାନ୍ସ-ଆକ୍ସନ ସୁପରହିରୋ ଫିଲ୍ମ ‘କ୍ରିସ୍’ରେ ଅଭିନୟ କରିଥିଲେ । ଫିଲ୍ମଟି ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା ।
ସେପଟେ ପ୍ରିୟଙ୍କାଙ୍କ ବହିର ଏକ ଫଟୋ ଇନଷ୍ଟାଗ୍ରାମ ଷ୍ଟୋରିରେ ସେୟାର କରି ହ୍ରିତିକ ଲେଖିଛନ୍ତି, ‘ଅନଫିନିସଡ୍ । ଅନଷ୍ଟପଏବଲ। ଭିନ୍ନ ପ୍ରକାରର । ଶୁଭେଚ୍ଛା ପିସି । ଓସ୍କାର କେବଳ ଆରମ୍ଭ । ଯିବାକୁ ଅଧିକ ବାଟ ଅଛି । ଭଗବାନ ଆପଣଙ୍କୁ ଅଧିକ ଶକ୍ତି ଦିଅନ୍ତୁ ।’
ଅନ୍ୟପଟେ ହ୍ରିତିକଙ୍କ ଏହି ପୋଷ୍ଟରେ ଧନ୍ୟବାଦ ଜଣାଇ ପ୍ରିୟଙ୍କା ଲେଖିଛନ୍ତି, ‘ମୋ କାହାଣୀର ଅଂଶ ହେବା ପାଇଁ ଅନେକ ଅନେକ ଧନ୍ୟବାଦ ।’
ପ୍ରକାଶ ଥାଉକି ପ୍ରିୟଙ୍କାଙ୍କ ଅଭିନୀତ ‘ଦ ହ୍ବାଇଟ ଟାଇଗର’ ଫିଲ୍ମ ବେଷ୍ଟ ଆଡାପ୍ଟେଡ୍ ସ୍କ୍ରିନ୍ ସ୍କ୍ରିପ୍ ବର୍ଗରେ ମନୋନୀତ କରାଯାଇଛି । ଏହି ଫିଲ୍ମରେ ରାଜକୁମାର ରାଓ ଓ ଆଦର୍ଶ ଗୌରବଙ୍କ ଦମଦାର ଅଭିନୟ ମଧ୍ୟ ଦେଖିବାକୁ ମିଳିଥିଲା ।