ETV Bharat / sitara

ଆଇପିଏଲ ପାଇଁ 20 ଥର ପ୍ରୀତିଙ୍କ କୋରୋନା ଟେଷ୍ଟ

ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଚର୍ଚ୍ଚାରେ ପ୍ରୀତି । ଏଥର ସେ ନିଜକୁ କୋରୋନା ଟେଷ୍ଟ କୁଇନ କରି ବାୟୋ ବବଲରେ ରହିବା ଅନୁଭୂତି ସେୟାର କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Oct 21, 2020, 8:48 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରୀତି ଜିଣ୍ଟା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରୀତି ଜିଣ୍ଟା

ମୁମ୍ବାଇ: ବର୍ତ୍ତମାନ ଦେଶରେ ଆଇପିଏଲ 2020 ଚାଲିଛି । ଯାହାକୁ ନେଇ ଲୋକେ ବେଶ୍ ଉତ୍ସାହିତ । ହେଲେ ଏହାର ଆୟୋଜନ କରୁଥିବା ଆୟୋଜକଙ୍କ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏଥିରେ ସାମିଲ ଅଛନ୍ତି ଅଭିନେତ୍ରୀ ତଥା କିଙ୍ଗ୍ସ ଇଲେଭନ ପଞ୍ଜାବ ଟିମର ମାଲିକାଣୀ ପ୍ରୀତି ଜିଣ୍ଟା । ଏବେ ନିଜ ଅନୁଭବ ସେୟାର କରିଛନ୍ତି । ଆଇପିଏଲ ପାଇଁ ସେ 20 ଥର କୋରୋନା ଟେଷ୍ଟ କରିସାରିଲେଣି ।

ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ନିଜକୁ କୋରୋନା ଟେଷ୍ଟ କୁଇନ ମଧ୍ୟ କହିଛନ୍ତି । ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ପ୍ରୀତି କୋରୋନା ଟେଷ୍ଟ କରାଉଥିବାର ନଜର ଆସୁଛନ୍ତି । ସେହିପରି ତାଙ୍କ ସାମ୍ନାରେ ପିପିଇ କିଟ୍ ପିନ୍ଧି ଜଣେ ମେଡିକାଲ ଷ୍ଟାଫ ଠିଆ ହୋଇଛନ୍ତି । ଆଉ ଟେଷ୍ଟ କରିବା ପରେ ସେହି ମହିଳା ଷ୍ଟାଫଙ୍କ ପ୍ରଶଂସା ମଧ୍ୟ କରିଛନ୍ତି ପ୍ରୀତି।

ଭିଡିଓର କ୍ୟାପସନରେ ଲେଖିଛନ୍ତି, ‘ସମସ୍ତେ ମୋତେ ପଚାରନ୍ତି ଆଇପିଏଲ୍ ଟିମ୍ ବାୟୋ ବବଲରେ ରହିବା କେମିତି ଲାଗୁଛି ? ତେବେ ଜଣାଇ ଦେଉଛି ଯେ ଏହା 6 ଦିନର କ୍ବାରେଣ୍ଟାଇନରୁ ଆରମ୍ଭ ହୁଏ, କୋଭିଡ ଟେଷ୍ଟ ପ୍ରତି ଦିନ, ଆଉ ବାହାରକୁ ଯିବାକୁ ମନା । କେବଳ ଆମ ରୁମ ଆଉ କେଏକ୍ସଆଇପି ପାଇଁ ନିର୍ଦ୍ଧାରିତ ରେଷ୍ଟୁରାଣ୍ଟ, ଜିମ୍ ଏବଂ କାରରେ ଷ୍ଟାଡିୟମ ପର୍ଯ୍ୟନ୍ତ ଯିବା । ଡ୍ରାଇଭର, ରୋଷେୟା ସମସ୍ତେ ବାୟୋ ବବଲରେ ରହୁଛନ୍ତି । ଏଥିପାଇଁ ବାହାରୁ କୌଣସି ଖାଇବା ଜିନିଷ ଆସୁନାହିଁ କିମ୍ବା ଆମେ କାହାରି ସହ କଥାବାର୍ତ୍ତା କରୁନାହୁଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.