ମୁମ୍ବାଇ: ନିକଟରେ ବି-ଟାଉନର ଚୁଲବୁଲି ଅଭିନେତ୍ରୀ ପ୍ରୀତି ଜିଣ୍ଟା ଓ ବବି ଦେଓଲଙ୍କ ଚର୍ଚ୍ଚିତ ଫିଲ୍ମ ‘ସୋଲଜର’ ରିଲିଜକୁ 22 ବର୍ଷ ପୂରଣ ହୋଇଥିଲା । ଇତିମଧ୍ୟରେ ଫିଲ୍ମର ସୁଟିଂ କଥା ମନେ ପକାଇ ଚର୍ଚ୍ଚାରେ ପ୍ରୀତି । ଆଉ ଫ୍ୟାନ୍ସଙ୍କ ପାଇଁ ସେୟାର କରିଛନ୍ତି ସ୍ପେଶାଲ ନୋଟ ।
ସେ ଇନଷ୍ଟାଗ୍ରାମରେ ଫିଲ୍ମର ସୁଟିଂ ବିଷୟରେ ଆଲୋଚନା କରି ଲେଖିଛନ୍ତି, ‘ମନେ ପଡୁଛି ମୋ ସୁପର କୁଲ ଏବଂ ସୁପର ହଟ୍ ଫିଲ୍ମ ସୋଲଜ କଥା । ଅନେକ ଜିନିଷ ପାଇଁ କୃତଜ୍ଞ ମୁଁ । ପ୍ରାରମ୍ଭ ପାଇଁ ମୋର ଉଷ୍ମ ପୋଷାକ | ଯେତେବେଳେ ଆମେ ସୁଟିଂ କରୁଥିଲୁ ସେତେବେଳେ ଥଣ୍ଡା ଲାଗିବା ସହ ଅତ୍ୟାଧିକ ଥଣ୍ଡା ପବନ ବହୁଥିଲା । ଅନ୍ୟପଟେ ବବି ଥଣ୍ଡାରେ ଥରୁଥିବାର ଅନୁଭବ କରୁଥିଲେ । ମୁଁ ମଧ୍ୟ କୃତଜ୍ଞ ଯେ ମୁଖ୍ୟ ଭୂମିକାରେରେ ମୋର ପ୍ରଥମ ଅବିଶ୍ବସନୀୟ ସାଉଣ୍ଡଟ୍ରାକ୍ ଏହା ଥିଲା ।’
- " class="align-text-top noRightClick twitterSection" data="
">
ଏହାବ୍ୟତୀତ ସେ ଏହି ଫିଲ୍ମର ପପୁଲାର ହିଟ୍ ଟାଇଟେଲ ସଙ୍ଗ ମଧ୍ୟ ପୋଷ୍ଟ କରିଛନ୍ତି । ପ୍ରକାଶ ଥାଉକି ସୋଲଜରର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ ଅବ୍ବାସ-ମସ୍ତାନ । ସେହିପରି ବବି ଓ ପ୍ରୀତିଙ୍କ ବ୍ୟତୀତ ଫିଲ୍ମରେ ଲୋକପ୍ରିୟ ଅଭିନେତ୍ରୀ ରାକ୍ଷୀ ଗୁଲଜାର, ସୁରେଶ ଅବରୟ ମୁଖ୍ୟ ଭୂମିକାରେ ଜବରଦସ୍ତ ଅଭିନୟ କରିଥିଲେ ।
@IANS