ETV Bharat / sitara

ବିବାହ ବାର୍ଷିକୀରେ ସ୍ବାମୀଙ୍କୁ ମିସ୍ କଲେ ପ୍ରୀତି

ସୋସିଆଲ ମିଡିଆରେ ସ୍ବାମୀ ଜନଙ୍କ ସହ ନିଜର ଏକ ଫଟୋ ପୋଷ୍ଟ କରି ବିବାହ ବାର୍ଷିକୀର ଶୁଭେଚ୍ଛା ଜଣାଇଲେ ପ୍ରୀତି । ସ୍ବାମୀଙ୍କ ପାଇଁ ଲେଖିଲେ ଖାସ୍ କଥା । ଅଧିକ ପଢନ୍ତୁ...

author img

By

Published : Mar 2, 2021, 1:08 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରୀତି ଜିଣ୍ଟା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରୀତି ଜିଣ୍ଟା

ମୁମ୍ବାଇ: ଚୁଲବୁଲି ଅଭିନେତ୍ରୀ ପ୍ରୀତି ଜିଣ୍ଟା ସୋସିଆଲ ମିଡିଆରେ ବହୁତ ସକ୍ରିୟ, ସେ ତାଙ୍କ ପ୍ରଶଂସକଙ୍କ ସହ ସମ୍ପୃକ୍ତ ରହିବାକୁ ପ୍ରାୟତଃ ମଜାଦାର ପୋଷ୍ଟ ସେୟାର କରୁଥିବା ନଜର ଆସିଛନ୍ତି । ସମାନ କାରଣ ପାଇଁ ପ୍ରୀତି ପୁଣି ଥରେ ସେ ପୁଣିଥରେ ଚର୍ଚ୍ଚାରେ । ସୋମବାର ପ୍ରୀତି ନିଜର ପଞ୍ଚମ ବିବାହ ବାର୍ଷିକୀ ପାଳନ କରିଥିଲେ। ହେଲେ ଏହି ବିଶେଷ ଉତ୍ସବରେ ତାଙ୍କ ସ୍ବାମୀ ଜେନେ ଗୁଡିଏନଫ ତାଙ୍କ ସହ ନଥିଲେ। ଅବଶ୍ୟ, ପ୍ରୀତିଙ୍କ ରୋମାଣ୍ଟିକ ପୋଷ୍ଟ ଉଭୟଙ୍କ ପାଇଁ ଏହି ବିଶେଷ ଦିନକୁ ଅଧିକ ସ୍ବତନ୍ତ୍ର କରିଥିଲା ​​ଏହାସହ ଅଭିନେତ୍ରୀ ସ୍ବାମୀଙ୍କ ପାଇଁ ଏକ ସ୍ନେହପୂର୍ଣ୍ଣ ବାର୍ତ୍ତା ମଧ୍ୟ ଲେଖିଛନ୍ତି। ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ସେ ଇନଷ୍ଟାଗ୍ରାମରେ ସ୍ବାମୀଙ୍କ ସହ ନିଜର ଏକ ଫଟୋ ପୋଷ୍ଟ କରି ଲେଖିଥିଲେ, ‘ବିବାହ ବାର୍ଷିକୀର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ତୁମ ସେହି କାରଣ ଯାହାପାଇଁ ମୁଁ ମୋ ଫୋନକୁ ଦେଖୁଛି ଏବଂ ହସିକି ଏକ ସ୍ତମ୍ଭରେ ପିଟି ହୋଇଯାଉଛି । ବିଶ୍ବାସ ହେଉନାହିଁ ଆମେ ସାଥିରେ ଏତେ ବର୍ଷ ବିତାଇସାରିଲେଣି । ସମୟ କିପରି ବିତିଯାଉଛି ଜଣାପଡୁନାହିଁ । ମିସ୍ ୟୁ, କାସ୍ ତୁମେ ଏଠାରେ ଥାଆନ୍ତ ।’

ପ୍ରକାଶ ଥାଉକି 2016 ଫେବୃଆରୀ 29ରେ ଜେନେଙ୍କୁ ବିବାହ କରିଥିଲେ ପ୍ରୀତି । ଆଉ ଏବର୍ଷ ମାର୍ଚ୍ଚ 1ରେ ବିବାହ ବାର୍ଷିକୀ ପାଳନ କରିଥିଲେ ପ୍ରୀତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.