ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ ପ୍ରାଚୀ ଦେସାଇଙ୍କ ଫ୍ୟାନ୍ସ ପାଇଁ ସାମ୍ନାକୁ ଆସିଲା ଗୁଡନ୍ୟୁଜ । ଦୀର୍ଘ ସମୟ ପରେ ବଲିଉଡକୁ କମବ୍ୟାକ କରିବେ ସେ । ଆଉ ପୋଲିସ ଅଫିସର ହୋଇ କରିବେ କ୍ରାଇମର ପର୍ଦା ଫାଶ । ଆଜ୍ଞା ହଁ, ସେ ଖୁବଶୀଘ୍ର ଅପକମିଂ ଫିଲ୍ମ ‘ସାଇଲେନ୍ସ କ୍ୟାନ୍ ୟୁ ହିୟର ଇଟ୍’ ନଜର ଆସିବାକୁ ଯାଉଛନ୍ତି ।
ଏହି ଅବସରରେ ସେ କହିଛନ୍ତି, ‘ ଏକ ହତ୍ୟାର ତଦନ୍ତ ଜଣେ ଅନୁସନ୍ଧାନକାରୀ ଅଧିକାରୀ କରୁଛନ୍ତି ଏବଂ ମୁଁ ଏହି ଚମତ୍କାର ହତ୍ୟା ରହସ୍ୟର ପର୍ଦାଫାଶ କରିବି । ଇନ୍ସପେକ୍ଟର ସଞ୍ଜନା ହେଉଛି ଏକ ଏମିତି ଭୂମିକା ଯାହା ସହଜରେ ପଛକୁ ଫେରିବାକୁ ଚାହାଁନ୍ତି ନାହିଁ । ସେ ଶକ୍ତିଶାଳୀ, ସାହାସୀ ଏବଂ ସେ ସମର୍ପିତ ମଧ୍ୟ । ଯଦିଓ ସେ ଜଣେ ପେସାଦାର ହେଲେ ମନୋଜ ବାଜପେୟୀଙ୍କ ଭୂମିକା ଏସିପି ଅବିନାଶ ବର୍ମାଙ୍କ ପ୍ରତି ତାଙ୍କର ନିଷ୍ଠୁରତା ଏବଂ ନିଷ୍ଠା ପ୍ରତି ଦୃଷ୍ଟି ମଧ୍ୟ ରଖିଛନ୍ତି। ସେ ଦିନେ ତାଙ୍କ ପରି ହେବାକୁ ଇଚ୍ଛା କରନ୍ତି । ଦର୍ଶକ ମୋତେ ଏପରି ଭୂମିକାରେ ପୂର୍ବରୁ କେବେ ଦେଖି ନାହାଁନ୍ତି ଏବଂ ଫିଲ୍ମକୁ ନେଇ ଦର୍ଶକଙ୍କ ପ୍ରତିକ୍ରିୟା ଦେଖିବାକୁ ମୁଁ ଉତ୍ସାହିତ ଅଛି।’
ଯଦି ‘ସାଇଲେନ୍ସ କ୍ୟାନ୍ ୟୁ ହିୟର ଇଟ୍’ ବିଷୟରେ କଥା ହେବା ତାହାଲେ ପ୍ରାଚୀଙ୍କ ବ୍ୟତୀତ ଫିଲ୍ମରେ ମନୋଜ, ଅର୍ଜୁନ ମାଥୁର ଏବଂ ସାହିଲ ବୈଦ ନଜର ଆସିବେ । ଓଟିଟି ପ୍ଲାଟଫର୍ମ ଜି5ରେ ଆସନ୍ତା ମାସ ରିଲିଜ ହେବ ଫିଲ୍ମ ।
ପ୍ରକାଶ ଥାଉକି ଏହି ଫିଲ୍ମ ଜଣେ ମହିଳାଙ୍କ ରହସ୍ୟମୟ ନିଖୋଜ ହେବାର କାହାଣୀ ନେଇ ଆଧାରିତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ