ମୁମ୍ବାଇ: ଟିଭି ତଥା ଫିଲ୍ମ ଅଭିନେତ୍ରୀ ପ୍ରାଚୀ ଦେସାଇଙ୍କୁ ନେଇ ବଡ ଖବର । ସେ କାଷ୍ଟିଂ କାଉଚ ବିଷୟରେ ଖୁଲାସା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ନିକଟରେ ଡିଜିଟାଲ ପ୍ଲାଟଫର୍ମରେ ପଦାର୍ପଣ କରିଥିଲେ ଅଭିନେତ୍ରୀ। ମନୋଜ ବାଜପେୟୀଙ୍କ ଅଭିନୀତ ୱେବ ଫିଲ୍ମ ‘ସାଇଲେନ୍ସ: କ୍ୟାନ ୟୁ ହିୟର ଇଟ୍’ରେ ଡିଜିଟାଲ ଡେବ୍ୟୁ କରିଛନ୍ତି ସେ। ନିକଟରେ ଜି5 ରେ ରିଲିଜ ହୋଇଥିଲା ଏହି ଫିଲ୍ମ ।
ହେଲେ ଏବେ ସେ ସଂଘର୍ଷ ସମୟରେ ସହିଥିବା କାଷ୍ଟିଂ କାଉଚ ବିଷୟରେ ଆଲୋଚନା କରି କହିଛନ୍ତି, ‘ ଅଭିନୟ ଆରମ୍ଭ କରୁଥିବା ସମୟରେ ମତେ ଏକ ବଡ ଫିଲ୍ମର ଅଫର ମିଳିଥିଲା । ହେଲେ ରୋଲ ବଦଳରେ ମତେ ନିର୍ଦ୍ଦେଶକଙ୍କ ସହ କମ୍ପ୍ରମାଇଜ କରିବାକୁ କହାଯାଇଥିଲା । ଆଉ ଯେବେ ମୁଁ ମନା କରିଦେଲି ନିର୍ଦ୍ଦେଶକ ମତେ ଫୋନ୍ କରିଥିଲେ । ହେଲେ ମୁଁ ରାଗିକି ତାଙ୍କୁ ମନା କରିଦେଇଥିଲି ଫିଲ୍ମରେ କାମ ନକରିବାକୁ।’
ଖାଲି ଏତିକି ନୁହେଁ କାଷ୍ଟିଂ କାଉଚ ବ୍ୟତୀତ ବଲିଉଡରେ ପରିବାରବାଦ ବିଷୟରେ ମଧ୍ୟ ସେ ସାକ୍ଷାତକାରରେ କହିଥିଲେ । ତାଙ୍କ ପୂର୍ବରୁ ଅନେକ ସେଲିବ୍ରିଟି ପରିବାରବାଦ ପ୍ରସଙ୍ଗ ଉଠାଇସାରିଛନ୍ତି ।