ETV Bharat / sitara

‘ଆନିମଲ’କୁ ନେଇ ଏମିତି କହିଲେ ପରିଣୀତି

author img

By

Published : Mar 29, 2021, 3:08 PM IST

ଅକ୍ଟୋବରରେ ଆରମ୍ଭ ହେବ ‘ଆନିମଲ’ର ସୁଟିଂ । ମୁଖ୍ୟଭୂମିକାରେ ପରିଣୀତି, ରଣବୀର ଓ ଅନିଲ କପୁର । ଅନିଲ-ରଣବୀରଙ୍କ ପ୍ରଶଂସାରେ ଅଭିନେତ୍ରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପରିଣୀତି ଚୋପ୍ରା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପରିଣୀତି ଚୋପ୍ରା

ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ରଣବୀର କପୁର ଏଥର ନୂଆ ବର୍ଷରେ ନିଜର ଆଗାମୀ ଫିଲ୍ମ ‘ଆନିମଲ’ର ଘୋଷଣା କରି ପାଳନ କରିଥିଲେ । ଏହି କ୍ରାଇମ ଡ୍ରାମା ଫିଲ୍ମରେ ତାଙ୍କ ସହ ରୋମାନ୍ସ କରିବେ ଚୁଲବୁଲି ଅଭିନେତ୍ରୀ ପରିଣୀତି ଚୋପ୍ରା । ପ୍ରଥମଥର ଏହି ଯୋଡିଙ୍କ କେମେଷ୍ଟ୍ରି ପରଦାରେ ଦେଖିବାକୁ ମିଳିବ । ସେହିପରି ଏହି ଫିଲ୍ମରେ ଅନିଲ କପୁର ଓ ବବି ଦେଓଲ ମଧ୍ୟ ନଜର ଆସିବେ ।

ଆଉ ଖୁବଶୀଘ୍ର ଏହି କଳାକାର ଫିଲ୍ମର ସୁଟିଂ ଆରମ୍ଭ କରିବେ । ଇତିମଧ୍ୟରେ ଫିଲ୍ମରେ ଅଭିନୟ କରିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିଣୀତି ।

ଆଉ କହିଛନ୍ତି, ‘ମୁଁ ବସି ହତାଶ ଭାବରେ ଯୋଜନା କରେ ନାହିଁ ଯେ ମୁଁ ଏହି ନିର୍ଦ୍ଦେଶକ କିମ୍ବା ସେହି ଅଭିନେତାଙ୍କ ସହିତ କାମ କରିବାକୁ ଚାହୁଁଛି । ମୁଁ ମୋ କ୍ୟାରିୟରରେ ତାହା କେବେ କରିନାହିଁ । ତେଣୁ ମୋ ପାଇଁ ଆନିମଲର ଏକ ଅଂଶ ହେବାର ସୁଯୋଗ ଅନେକ ଅର୍ଥ । ଅନିଲ କପୁର ସାର୍ ଏବଂ ରଣବୀରଙ୍କ ସହ ଏହି ଫିଲ୍ମର ଅଂଶ ହେବା ଅତ୍ୟନ୍ତ ଗୌରବର ବିଷୟ । ଏହି ଅଭିନେତାଙ୍କୁ ମୁଁ ବ୍ୟକ୍ତିଗତ ସାମର୍ଥ୍ୟରେ ଦେଖିବା ଏବଂ ସମ୍ମାନ କରିବାକୁ ଉପଭୋଗ କରିଛି । ମୋ ପାଇଁ ଆନିମଲରେ କାମ କରିବା ସ୍କୁଲ ଶିକ୍ଷା ପରି ହେବାକୁ ଯାଉଛି ।’

ସେହିପରି ‘ଆନିମଲ’ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ‘କବୀର ସିଂ’ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗା । ଯାହାର ପ୍ରଯୋଜନା ଟି-ସିରିଜ ମାଲିକ ଭୂଷଣ କୁମାର କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.