ETV Bharat / sitara

ହ୍ୟାଣ୍ଡୱାଶ ଚ୍ୟାଲେଞ୍ଜ ଗ୍ରହଣ କରି ଟ୍ରୋଲ୍‌ ହେଲେ ନୁସରତ - ଅଭିନେତ୍ରୀ ନୁସରତ ଜହାନଙ୍କ ହ୍ୟାଣ୍ଡୱାଶ ଚ୍ୟାଲେଞ୍ଜ

ଟ୍ରୋଲର୍ସଙ୍କ ଶିକାର ହେଲେ ନୁସରତ ଜାହାନ। ଭାରିପଡିଲା ହ୍ୟାଣ୍ଡୱାଶ ଚ୍ୟାଲେଞ୍ଜ ଗ୍ରହଣ କରିବା । ଅଧିକ ପଢନ୍ତୁ...

nusrat jahan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୁସରତ ଜାହନ
author img

By

Published : Mar 19, 2020, 5:59 PM IST

ମୁମ୍ବାଇ:ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଅନୁଷ୍କା ଶର୍ମାଙ୍କ ପରେ ଏବେ ବଙ୍ଗୀୟ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାନ ହ୍ୟାଣ୍ଡୱାଶ ଚ୍ୟାଲେଞ୍ଜ ଗ୍ରହଣ କରିଛନ୍ତି । ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଲୋକଙ୍କୁ ହାତ ଧୋଇବା ଟ୍ରେନିଂ ଦେଇଥିବା ନଜର ଆସୁଛନ୍ତି । ହେଲେ ବର୍ତ୍ତମାନ ଏହି ଭିଡିଓ ପାଇଁ ସେ ସୋସିଆଲ ମିଡିଆରେ ଟ୍ରୋଲର୍ସଙ୍କ ଶିକାର ହୋଇଛନ୍ତି। ଭିଡିଓରେ ଗୋଟିଏ ଭୁଲ ପାଇଁ ତାଙ୍କୁ ୟୁଜର୍ସଙ୍କ କମେଣ୍ଟର ସାମ୍ନା କରିବାକୁ ପଡିଛି ।

କଥାଟି ହେଲା ଯେ କୋରୋନା ଭାଇରସ ସଂକ୍ରମଣରୁ ବଞ୍ଚିବା ପାଇଁ ବର୍ତ୍ତମାନ ଅନେକ ଲୋକ ହ୍ୟାଣ୍ଡୱାଶ ଚ୍ୟାଲେଞ୍ଜ ଗ୍ରହଣ କରୁଛନ୍ତି। ନୁସରତ ମଧ୍ୟ ଫ୍ୟାନ୍ସଙ୍କୁ ହାତ ଧୋଇବାର ଟ୍ରେନିଂ ଦେଇଛନ୍ତି। ହେଲେ ଭିଡିଓରେ ଦେଖିବାକୁ ମିଳୁଛି ଯେ ସେ ଯେତେ ସମୟ ହାତରେ ସାବୁନ ଲଗାଇଥିଲ, ତାଙ୍କ ବାଥରୁମ ନଳରୁ ପାଣି ସେହି ପର୍ଯ୍ୟନ୍ତ ଚାଲିଥିଲା । ଏହି କଥା ସୋସିଆଲ ମିଡିଆ ୟୁଜର୍ସଙ୍କୁ ପସନ୍ଦ ଆସିନାହିଁ। ଯାହାଦ୍ବାରା ତାଙ୍କୁ ଟ୍ରୋଲ କରିଛନ୍ତି।

ଜଣେ ୟୁଜର ଲେଖିଛନ୍ତି ହଁ, ‘ସାନିଟାଇଜେସନ ନିହାତି ଆବଶ୍ୟକ, ହେଲେ ପାଣିର ବି ଆବଶ୍ୟକ ରହିଛି । ଆପଣ ପୁରା ସମୟ ପାଣିକୁ ନଷ୍ଟ କରୁଛ। ଯାହା ଦୁଃଖର ବିଷୟ ।’ ସେହିପରି ଆଉ ଜଣେ ୟୁଜର୍ସ ନୁସରତଙ୍କୁ ପାଣି ନଷ୍ଟ ନକରିବା ପାଇଁ ଅପିଲ କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.