ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ ନୁସରତ ଭରୁଚାଙ୍କ ଫ୍ୟାନ୍ସଙ୍କ ପାଇଁ ସାମ୍ନାକୁ ଆସିଛି ଗୁଡନ୍ୟୁଜ। କମେଡି ଡ୍ରାମା ଫିଲ୍ମରେ ଅଭିନୟ କରି ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଥିବା ନୁସରତ ହେବେ ପରଦାରେ ଭୂତୁଣୀ ହୋଇ ସମସ୍ତଙ୍କୁ ଡରାଇବେ। କାରଣ ସେ ଖୁବଶୀଘ୍ର ହରର ଫିଲ୍ମ ଜରିଆରେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଯାଉଛନ୍ତି । ସେ ସୋସିଆଲ ମିଡିଆରେ ଏହି ନୂଆ ପ୍ରୋଜେକ୍ଟର ଘୋଷଣା କରି ସମସ୍ତଙ୍କୁ ସରପ୍ରାଇଜ ଦେଇଛନ୍ତି। ଯାହାକୁ ନେଇ ତାଙ୍କ ଫ୍ୟାନ୍ସଙ୍କ ଏକ୍ସାଇଟମେଣ୍ଟ ବଢିଯାଇଛି।
- " class="align-text-top noRightClick twitterSection" data="
">
ଇନଷ୍ଟାଗ୍ରାମରେ ହରର ଫିଲ୍ମ ‘ଛୋରି’ର ଏକ ପୋଷ୍ଟର ସେୟାର କରି ସେ ଲେଖିଛନ୍ତି, ଆମର ଆଗାମୀ ଫଲ୍ମ ଛୋରିର ଘୋଷଣା କରି ମୁଁ ରୋମାଞ୍ଚିତ । କିଛି ଭୟାନିକ ଓ ଆଶ୍ଚର୍ଯ୍ୟକର ଜିନିଷ ଆପଣ ସାମ୍ନାକୁ ନେଇକି ଆସିବୁ।’
ପ୍ରକାଶ ଥାଉକି 2017ରେ ଆସିଥିବା ମରାଠୀ ହରର ଫିଲ୍ମ ‘ଲାପାଛପି’ର ଏହାର ହିନ୍ଦୀ ରିମେକ। ଯାହା ସୁପରହିଟ୍ ମଧ୍ୟ ହୋଇଥିଲା । ଏହାର କାହାଣୀରେ କିଛି ପୁରୁଣା ପରମ୍ପର ପର୍ଯ୍ୟବେଶିତ କରାଯାଇଥିଲା। ଯାହା ଖୁବ୍ ଭୟାନକ ହେବା ସହ ଇମୋଶନାଲରେ ଭରପୁର ମଧ୍ୟ।
ସେହିପରି ‘ଛୋରି’ର ସ୍କ୍ରିପ୍ଟ ବିଶାଲ କପୁର ଲେଖିଛନ୍ତି। ସେ ମରାଠୀର ମଧ୍ୟ ଏହି କାହାଣୀ ଲେଖିଥିଲେ । ହିନ୍ଦୀ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ମଧ୍ୟ ସେ ତୁଲାଇବେ।
ଏହି ବ୍ୟତୀତ ନୁସରତ ରାଜକୁମାର ରାଓଙ୍କ ସହ ‘ଛଲାଙ୍ଗ’ ଆଉ ସନ୍ନି କୌଶଲଙ୍କ ସହ ‘ହୁଡଦଙ୍ଗ’ରେ ଦେଖାଯିବେ।