ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହି ବହୁତ ଆକ୍ଟିଭ । ତାଙ୍କର ଫ୍ୟାନ ଫଲୋଇଂ ମଧ୍ୟ ଜବରଦସ୍ତ । ସେ ସର୍ବଦା ତାଙ୍କର ଛୁଟିଦିନର ଫଟୋ, ଡ୍ୟାନ୍ସ ଭିଡିଓ ଏବଂ ମ୍ୟୁଜିକ୍ ଭିଡିଓ ସେୟାର କରି ନିଜ ପ୍ରଶଂସକଙ୍କ ମନୋରଞ୍ଜନ କରିଥାନ୍ତି ।
- " class="align-text-top noRightClick twitterSection" data="
">
ନିକଟରେ ନୋରାଙ୍କୁ ମୁମ୍ବାଇରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ସେ ଧଳା ରଙ୍ଗର ପୋଷାକ ପିନ୍ଧିଥିବା ସହିତ ଏକ ସାଢେ ତିନି ଲକ୍ଷ ଟଙ୍କାର ବ୍ୟାଗ ଧରିଥିଲେ ଏବଂ 50 ହଜାର ଟଙ୍କାର ସ୍କ୍ରିନ ରଙ୍ଗର ଜୋତା ମଧ୍ୟ ପିନ୍ଧିଥିଲେ । ଯାହାକୁ ନେଇ ନୋରା ବହୁତ ସୁନ୍ଦର ଦେଖାଯାଉଥିଲେ।
ଏବେ ନୋରାଙ୍କ ଏହି ଲୁକ୍ ର ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି ।
- " class="align-text-top noRightClick twitterSection" data="
">
ନିକଟରେ ଫେବୃଆରୀ 4 ରେ ଦିଲବର୍ ଗାର୍ଲ ନୋରା ଏକ ନୂତନ ଗୀତ 'ଛୋଡ ଦେଙ୍ଗେ' ରିଲିଜ୍ ହୋଇଥିଲା, ଯେଉଁଥିରେ ତାଙ୍କୁ 'ବନଜାରଣ' ଭାବରେ ଦେଖିବାକୁ ମିଳିଥିଲା । ଯାହାକୁ ଫ୍ୟାନ୍ସମାନେ ବହୁତ ପସନ୍ଦ କରିଛନ୍ତି । ସଚେତ - ପରମ୍ପରା ଏହି ସୁନ୍ଦର ଗୀତର ନିର୍ଦ୍ଦେଶନା ଦେଇଛନ୍ତି ଏବଂ ପରମ୍ପରା ଟଣ୍ଡନ୍ ଏହି ଗୀତରେ ସ୍ବର ଦେଇଛନ୍ତି ।
ପ୍ରକାଶ ଥାଉ ଯେ, ଆଗାମୀ ସମୟରେ ନୋରା ଫିଲ୍ମ ଭୁଜ: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆରେ ନଜର ଆସିବେ, ଯେଉଁଥିରେ ଅଜୟ ଦେବଗନ୍, ସୋନାକ୍ଷୀ ସିହ୍ନା ଏବଂ ସଞ୍ଜୟ ଦତ୍ତ ମଧ୍ୟ ଅଭିନୟ ମଧ୍ୟ କରୁଛନ୍ତି ।