ETV Bharat / sitara

ଅଟୋବାୟୋଗ୍ରାଫି ‘ସଚ କହୁଁ ତୋ’ର କଭର ପେଜ ସେୟାର କଲେ ନୀନା - ସଚ କହୁଁ ତୋର କଭର ପେଜ ଲଞ୍ଚ

ଜୁନ 14ରେ ଲଞ୍ଚ ହେବ ନୀନାଙ୍କ ଅଟୋବାୟୋଗ୍ରାଫି । ଯେଉଁଥିରେ ନିଜ ଜୀବନର ଅନେକ ଜିନିଷ ବିଷୟରେ ଆଲୋଚନା କରିଛନ୍ତି ଅଭିନେତ୍ରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୀନା ଗୁପ୍ତା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୀନା ଗୁପ୍ତା
author img

By

Published : May 24, 2021, 12:50 PM IST

ମୁମ୍ବାଇ: ଧିରେ ଧିରେ ବଲିଉଡର ଅନେକ ସେଲିବ୍ରିଟି ନିଜ ନିଜର ଅଟୋବାୟୋଗ୍ରାଫି ଫ୍ୟାନ୍ସଙ୍କୁ ସାମ୍ନାକୁ ଆଣିବାରେ ଲାଗିଛନ୍ତି । ନିକଟରେ ଅନୁପମ ଖେର ଓ କବୀର ବେଦୀ ଭଳି ଅଭିନେତା ନିଜ ବହି ପବ୍ଲିଶ କରିଥିଲେ । ଏବେ ଏହି କ୍ରମରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ନୀନା ଗୁପ୍ତା । ସେ ଖୁବଶୀଘ୍ର ନିଜ ଅଟୋବାୟୋଗ୍ରାଫି ‘ସଚ କହୁଁ ତୋ’ ଲଞ୍ଚ କରିବାକୁ ଯାଉଛନ୍ତି । ଆଉ ଏବେ ଏହାର ପ୍ରଥମ କପିର ଝଲକ ସମସ୍ତଙ୍କ ପାଇଁ ସେୟାର କରିଛନ୍ତି ଅଭିନେତ୍ରୀ।

ସେ ଇନଷ୍ଟାଗ୍ରାମରେ ନିଜ ବହିର କଭର ପେଜ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ମୋ ବହି, ମୋ କଭର ପେଜ ଏବଂ ମୋ ଷ୍ଟୋରି । ଏଠାରେ ପ୍ରି-ଅର୍ଡର କରିପାରିବେ ।’ ଏହାସହ ସେ ବହି ଅର୍ଡର କରିବା ପାଇଁ ଏକ ଲିଙ୍କ୍ ମଧ୍ୟ ସେୟାର କରିଛନ୍ତି ।

ସେହିପରି ଦୁଇ ଦିନ ପୂର୍ବରୁ ସେ ନିଜର ଏକ ଭିଡିଓ ସେୟାର କରି କହିଥିଲେ, ‘ଗତ ବର୍ଷ ମୁଁ ମୋର ଆତ୍ମଜୀବନୀ ‘ସଚ୍ କହୁଁ ତୋ’ଲକଡାଉନରେ ଲେଖିଥିଲି। ମୁଁ ଭାବୁଛି ଏହା ଅତ୍ୟନ୍ତ କଷ୍ଟଦାୟକ ଏବଂ ଆହ୍ବାନପୂର୍ଣ୍ଣ ଦିନ। ଯେତେବେଳେ ଆମେ ଘରେ ବନ୍ଦ ରହି ଦୁଃଖିତ। ଆମେ ଚିନ୍ତାରେ ପୀଡିତ। ଯେଉଁଥିରୁ ବାହାର କରିବାକୁ ମୁଁ ଭାବୁଛି ମୋ ବହି ଆପଣଙ୍କୁ ସାହାଯ୍ୟ କରିବ। ସତ କହିବାକୁ ଗଲେ ଏହା ଜୁନ୍ 14 ରେ ଲଞ୍ଚ କରିବି।’

ପ୍ରକାଶ ଥାଉକି ତାଙ୍କର ଏହି ବହିରେ ସେ ପ୍ରଥମ ଦିନରୁ ଜଣେ ସଫଳ ଅଭିନେତ୍ରୀ ହେବାର କାହାଣୀ ପର୍ଯ୍ୟବେଶିତ କରିଛନ୍ତି । ଏହାସହ ନିଜ ବ୍ୟକ୍ତିଗତ ଜୀବନର ଅନେକ ରହସ୍ୟ ଉପରୁ ପରଦା ମଧ୍ୟ ଉଠାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.