ETV Bharat / sitara

ପୂରଣ ହେଲା ମୃଣାଳଙ୍କ ଦୀର୍ଘ ଦିନର ସ୍ବପ୍ନ, ଜାଣନ୍ତୁ କଣ?

author img

By

Published : Apr 14, 2021, 1:46 PM IST

ମେ 21ରେ ଆମାଜନରେ ରିଲିଜ ହେବ ଫରହାନଙ୍କ ଚର୍ଚ୍ଚିତ ଫିଲ୍ମ ‘ତୁଫାନ’ । ବକ୍ସର ଭୂମିକାରେ ନଜର ଆସିବେ ଅଭିନେତା । ଏବେ ଫିଲ୍ମକୁ ନେଇ ମନ କଥା କହିଲେ ଅଭିନେତ୍ରୀ ମୃଣାଳ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ‘ସୁପର 30’ ଅଭିନେତ୍ରୀ ମୃଣାଳ ଠାକୁରଙ୍କ ସ୍ବପ୍ନ ପୂରଣ ହୋଇଛି । ସେ ଦୀର୍ଘ ସମୟରୁ ଦେଖିଥିବା ସ୍ବପ୍ନ ପୂରଣ ହେବା ଖୁସି ପ୍ରକାଶ କରି ଚର୍ଚ୍ଚାରେ । କାରଣ ସେ ‘ଭାଗ ମିଲ୍ଖା ଭାଗ’ ଦେଖିବା ପରେ ନିର୍ମାତା ରାକେଶ ଓମପ୍ରକାଶ ମେହେରାଙ୍କ ଫିଲ୍ମରେ କାମ କରିବାକୁ ଅନାଇ ବସିଥିଲେ ସେ । ଯାହାର ସୁଯୋଗ ତାଙ୍କୁ ମିଳିଛି ମଧ୍ୟ । ସେ ଅଭିନେତା ଫରହାନ ଅଖତରଙ୍କ ଆଗାମୀ ଫିଲ୍ମ ‘ତୁଫାନ’ରେ ନଜର ଆସିବେ । ଏହି ସ୍ପୋର୍ଟ୍ସ ଡ୍ରାମା ଫିଲ୍ମକୁ ମେହେରା ଏକ୍ସେଲ ଏଣ୍ଟରଟେନମେଣ୍ଟ ଏବଂ ଆରଓଏମପି ପିକ୍ଚର୍ସ ସହିତ ମିଳିତ ଭାବରେ ଆମାଜନ ଦ୍ବାରା ନିର୍ମିତ କରିଛନ୍ତି ।

ଏହି ଅବସରରେ ମୃଣାଳ କହିଛନ୍ତି, ‘ମୋର ମନେ ଅଛି ଯେ କଲେଜ ଦିନରେ ମୁଁ ଏକ ଥିଏଟରରେ ଭାଗ ମିଲ୍ଖା ଭାଗ ଫିଲ୍ମ ଦେଖିଥିଲି ଏବଂ ଦେଖିବା ପରେ ଏକ ନୋଟ୍ ଲେଖିଥିଲି ଯେ ରାକେଶ ସାର୍ ଦିନେ ମୋର ବାର୍ତ୍ତା ପଢିବେ । ସେତେବେଳେ ମୁଁ ଜାଣି ନଥିଲି ମୁଁ ଜଣେ ଅଭିନେତ୍ରୀ ହେବି । ଏକ୍ସେଲ ସହିତ କାମ କରିବା ଏକ ସ୍ବପ୍ନ ପରି, ବିଶେଷତଃ ଯେତେବେଳେ ଫରହାନ ଏବଂ ରାକେଶ ସାର୍‌ଙ୍କର ମିଶ୍ରଣ ଥାଏ । ମୁଁ ଫିଲ୍ମକୁ ନେଇ ଅଧିକ ଉତ୍ସାହିତ ଥିଲେ । ଆଉ ସୁଟିଂ ସମୟରେ ଖୁବ୍ ମଜାମସ୍ତି ମଧ୍ୟ କରିଥିଲି ।’

ପ୍ରକାଶ ଥାଉକି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଏହି ଫିଲ୍ମ । ଯାହାକୁ ନେଇ ଉତ୍ସାହିତ ଅଛନ୍ତି ଦର୍ଶକ । ରିତେଶ ସିଦ୍ଧୱାନୀ, ରାକେଶ ଓମପ୍ରକାଶ ମେହେରା ଏବଂ ଫରହାନଙ୍କ ଦ୍ବାରା ନିର୍ମିତ ଏହି ପ୍ରେରଣାଦାୟକ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମର ପ୍ରିମିୟର ମେ 21ରେ ଆମାଜନ ପ୍ରାଇମ ଭିଡିଓରେ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.