ETV Bharat / sitara

ଏଥର ମ୍ୟୁଜିକ ଭିଡିଓରେ ମୌନୀଙ୍କ ଜଲୱା

author img

By

Published : Mar 12, 2021, 7:18 AM IST

ଖୁବଶୀଘ୍ର ମୌନୀ ନୂଆ ମ୍ୟୁଜିକ ଭିଡିଓ ‘ପତଲି କମରିୟା’ ନେଇ ଫେରିବେ । ଯାହାର ସୁଟିଂ ଦୁବାଇରେ କରିବେ ଅଭିନେତ୍ରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

ମୁମ୍ବାଇ: ମଲ୍ଟି ଷ୍ଟାରର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ ଅଭିନେତ୍ରୀ ମୌନୀ ରୟ । ଆୟନ ମୁର୍ଖାଜୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର କପୁର, ଆଲିୟା ଭଟ୍ଟ, ଅମିତାଭ ବଚ୍ଚନ ଓ ନାର୍ଗାଜୁନ ମୁଖ୍ୟ ଭୂମିକାରେ ଦେଖାଯିବେ । ଇତିମଧ୍ୟରେ ମୌନୀଙ୍କ ଫ୍ୟାନ୍ସ ପାଇଁ ସାମ୍ନାକୁ ଆସିଛି ଗୁ଼ଡନ୍ୟୁଜ । ‘ବ୍ରହ୍ମାସ୍ତ୍ର’ ବ୍ୟତୀତ ସେ ଏକ ମ୍ୟୁଜିକ ଭିଡିଓ ନେଇ ଫେରିବେ । ନୂଆ ମ୍ୟୁଜିକ ଭିଡିଓ ‘ପତଲି କମରିୟା’ ଏକ ଡାନ୍ସ ଟ୍ରାକ ।

ଯାହାକୁ କମ୍ପୋଜ କରିଛନ୍ତି ତାନିଷ୍କ ବାଗଚି । ସେପଟେ ମ୍ୟୁଜିକ ଭିଡିଓକୁ ନେଇ ମୌନୀ କହିଛନ୍ତି, ‘ଯେତେବେଳେ ମୁଁ ପ୍ରଥମଥର ଟ୍ରାକ ଶୁଣିଲି ଏହା ମତେ ଖୁବ୍ ଆକର୍ଷିତ କରିଥିଲା । ଭାରତୀୟ ଏବଂ ପାଶ୍ଚାତ୍ୟ ସଙ୍ଗୀତର ମିଶ୍ରଣ ମୋତେ ଚକିତ କଲା, ମୁଁ ନାଚିବାକୁ ଭଲ ପାଏ ଏବଂ ଏହି ଗୀତ ସମସ୍ତଙ୍କୁ ଡାନ୍ସ କରିବାକୁ ବାଧ୍ୟ କରିବ ।’

ପ୍ରକାଶ ଥାଉକି ଦୁବାଇରେ ସୁଟ ହେବ ଗୀତ । ଯାହାର ନିର୍ଦ୍ଦେଶନା ଦାୟିତ୍ବ ନିର୍ଦ୍ଦେଶିକ ଅରବିନ୍ଦ ଖେରା ତୁଲାଉଥିବା ବେଳେ ଏହାର କୋରିଓଗ୍ରାଫ କରିଛନ୍ତି ସାଜିୟା ଓ ପିୟୁଷ । ଖୁବଶୀଘ୍ର ୟୁଟ୍ୟୁବରେ ରିଲିଜ ହେବ ଗୀତ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.