ETV Bharat / sitara

ମାହିରା-ଜାସ୍‌ଙ୍କ ମ୍ୟୁଜିକ ଭିଡିଓ ‘ଲେହେଙ୍ଗା’କୁ ମିଳିଲା 1 ବିଲିୟନ ଭ୍ୟୁ - ଅଭିନେତ୍ରୀ ମାହିରା ଶର୍ମାଙ୍କ ମ୍ୟୁଜିକ ଭିଡିଓ

2019ରେ ରିଲିଜ ହୋଇଥିବା ‘ଲେହେଙ୍ଗା’ ଗୀତକୁ ଜାସ୍ ମାନକ ଗାଇଥିଲେ । ଯାହାର ଯାଦୁ ଏବେ ସବୁଆଡେ ଦେଖିବାକୁ ମିଳୁଛି । ଭ୍ୟୁ ରେଟ ଛୁଇଁଲା 1 ବିଲିୟନ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମାହିରା ଶର୍ମା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମାହିରା ଶର୍ମା
author img

By

Published : Nov 19, 2020, 1:49 PM IST

ମୁମ୍ବାଇ:‘ବିଗବସ 13’ ଫେମ ତଥା ଅଭିନେତ୍ରୀ ମାହିରା ଶର୍ମାଙ୍କୁ ନେଇ ନୂଆ ଚର୍ଚ୍ଚା । ଗତ ବର୍ଷରେ ରିଲିଜ ହୋଇଥିବା ତାଙ୍କ ଚର୍ଚ୍ଚିତ ମ୍ୟୁଜିକ ଭିଡିଓ ‘ଲେହେଙ୍ଗା’ର ଯାଦୁ ୟୁଟ୍ୟୁବରେ ଦେଖିବାକୁ ମିଳୁଛି । ଦର୍ଶକଙ୍କୁ ମନ କିଣିଥିବା ଏହି ଗୀତକୁ ଏଯାବତ 1 ବିଲିୟନରୁ ଅଧିକ ଭ୍ୟୁଜ ମିଳିସାରିଲାଣି । ଯାହାକୁ ନେଇ ଷ୍ଟାରଙ୍କ ଖୁସି ନକହିଲେ ସରେ ।

ଏହି ଦମଦାର ଗୀତଟି ଆସନ୍ତା ବର୍ଷ ଅଗଷ୍ଟ 13 ତାରିଖରେ ରିଲିଜ ହୋଇଥିଲା । ଯାହାକୁ ଗାଇଥିଲେ ଜାସ୍ ମାନକ । ବର୍ତ୍ତମାନ ତାଙ୍କ ଏହି ଗୀତଟି ପାର୍ଟି ଏବଂ ୱେଡିଂ ସେଲିବ୍ରେଶନରେ ଖୁବ୍ ଶୁଣିବାକୁ ମିଳୁଛି ।

1 ବିଲିୟମ ମିଳିବା ଖୁସିରେ ଜାସ୍ ଟ୍ବିଟରେ ପୋଷ୍ଟ କରି ଲେଖିଛନ୍ତି, ‘ଭାରତର ପ୍ରଥମ ଅଣ-ଫିଲ୍ମ ସୋଲ ମେଲ ଗୀତ ଲେହେଙ୍ଗା 1 ବିଲିୟମ ହାସଲ କରିବାରେ ସଫଳ ହୋଇଛି । ଯାହାକୁ ନେଇ ଆମେ ଖୁସି ।’

  • " class="align-text-top noRightClick twitterSection" data="">

ସେପଟେ ମାହିରା ଲେଖିଛନ୍ତି, ‘ରିଲିଜ ହେବାର ଏକ ବର୍ଷ ପରେ ମଧ୍ୟ ଲେହେଙ୍ଗାର ପ୍ରେମ ପରିମାଣ ଅତ୍ୟଧିକ ମାତ୍ରାରେ ଦେଖିବାକୁ ମିଳୁଛି । ଏକ ବିଲିୟନ ଦୃଶ୍ୟ ଅତିକ୍ରମ କରିବା ଏକ ପ୍ରକୃତ ସମ୍ମାନ । ଜାସ୍ ମାନକ ଜଣେ ପ୍ରତିଭାଶାଳୀ ବ୍ୟକ୍ତି କିନ୍ତୁ ମୁଁ ନିଶ୍ଚିତ ଯେ ସେ ଏତେ ପ୍ରେମକୁ ମଧ୍ୟ ଆଶା କରିନଥିଲେ ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.